‘କ୍ରିସ୍‌ ଏଲ୍‌ଇଡି’ ଆଣିବ ସିସିଟିଭି

ଭୁବନେଶ୍ୱର: ଏଲଇଡି ବଲ୍‌ବ ନିର୍ମାଣ କରୁଥିବା ଅଗ୍ରଣୀ ସଂସ୍ଥା ‘କ୍ରିସ୍‌ ଏଲ୍‌ଇଡି’ ଖୁବ୍‌ଶୀଘ୍ର ଏଲ୍‌ଇଡି ଟିଭି ଏବଂ ସିସିଟିଭି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି। କଂପାନିର ଏହି ନୂତନ ସାମଗ୍ରୀ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ଏହାର ନିର୍ଦେଶକ ପି କେ ମହାନ୍ତି କହିଛନ୍ତି। କଂପାନିର ୩୨ ଇଞ୍ଚ ଏଲ୍‌ଇଡିର ମୂଲ୍ୟ ୧୬ ହଜାର ଟଙ୍କା ଏବଂ ୫୦ ଇଞ୍ଚ ଏଲଇଡି ଟିଭିର ମୂଲ୍ୟ ୪୨ ହଜାର ଟଙ୍କା ରହିବ ବୋଲି ସେ କହିଛନ୍ତି। ସିସିଟିଭିର ମୂଲ୍ୟ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି। ସୋଲାର ରୁଫ୍‌ ଟପ୍‌ ବ୍ୟବସାୟ କ୍ଷେତ୍ରରେ ମଧ୍ୟ କଂପାନି ପ୍ରବେଶ କରିବାକୁ ଯୋଜନା ରଖିଛି। କଂପାନି ୩୫୦ ଟଙ୍କା ମୂଲ୍ୟରେ ଏସି ଡିସି ଏଲ୍‌ଇଡି ମଧ୍ୟ ବିକ୍ରି କରୁଛି।

ସମ୍ବନ୍ଧିତ ଖବର