ଘନେଇଲା ଅର୍ଥନୈତିକ ମାନ୍ଦାବସ୍ଥା, ସେନସେକ୍ସ ୭୭୦ ପଏଣ୍ଟ ହ୍ରାସ

ମୁମ୍ବାଇ : କେନ୍ଦ୍ର ସରକାରଙ୍କ ବିଭିନ୍ନ ସହାୟତାମୂଳକ ପ୍ୟାକେଜ ସତ୍ତ୍ୱେ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଦିନକୁ ଦିନ ଅଧିକ ଚିନ୍ତାଜନକ ହେଇଛି । ଆଜି ଭାରତୀୟ ଷ୍ଟକବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ପ୍ରାୟ ୭୭୦ ପଏଣ୍ଟ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୨୨୫ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ଦିନମଧ୍ୟରେ ସେନସେକ୍ସରେ ହ୍ରାସ ପରିମାଣ ୮୦୦ ପଏଣ୍ଟ ମଧ୍ୟ ଟପିଯାଇଥିଲା ।

ଗତ ସପ୍ତାହରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ଜିଡିପି ରିପୋର୍ଟ ଅନୁସାରେ ଭାରତର ଅଭିବୃଦ୍ଧି ହାର ୫ ପ୍ରତିଶତକୁ ଖସିବା ଅଟକଳ କରାଯାଉଛି । ସେହିପରି ଗତକାଲି ପ୍ରକାଶିତ ଶିଳ୍ପ ଉତ୍ପାଦନ ରିପୋର୍ଟରେ ମଧ୍ୟ ଶିଳ୍ପ ଉତ୍ପାଦନ ଧୀମା ହୋଇଥିବା କୁହାଯାଇଛି । ଅର୍ଥନୀତିକୁ ସଜାଡିବା ଲାଗି ଗତ କିଛି ଦିନ ଧରି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି । ବ୍ୟାଙ୍କ ମିଶ୍ରଣ ଘୋଷଣା କରିଥିବା ବେଳେ ବିଦେଶୀ ନିବେଶକୁ ଆକୃଷ୍ଟ କରିବାକୁ କେତେକ ପଦକ୍ଷେପ ନେଇଛନ୍ତି । ଏହା ସତ୍ତ୍ୱେ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ନିଜର ନିବେଶ ପ୍ରତ୍ୟାହାର କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର