ଛୋଟ ଭୁଲ ପାଇଁ କଂପାନି ବିରୋଧରେ ଅପରାଧିକ ମାମଲା ହେବନି

There will be no criminal charges against the company for minor offenses

ନୂଆଦିଲ୍ଲୀ: ସାତ ପ୍ରକାର ରଫାଦଫା ଯୋଗ୍ୟ ଅପରାଧକୁ କଂପାନି ନିୟମରୁ ବାଦ ଦିଆଯାଇଛି। ଏହା ବ୍ୟତୀତ ଆଉ ପାଞ୍ଚ ପ୍ରକାର ଅପରାଧକୁ ଭିନ୍ନ ଢଙ୍ଗରେ ସମାଧାନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କଂପାନିଗୁଡ଼ିକ ପକ୍ଷରୁ ହେଉଥିବା ଛୋଟ ଭୁଲ ପାଇଁ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରାଯିବ ନାହିଁ। ସିଏସ୍‌ଆର୍‌ ସମ୍ପର୍କରେ ତଥ୍ୟ ଦେବା ବେଳେ ହେଉଥିବା ଭୁଲ, ଅପର୍ଯ୍ୟାପ୍ତ ବୋର୍ଡ ରିପୋର୍ଟିଂ, ଷ୍ଟକ ବଜାରକୁ ସୂଚନା ଦେବା ବେଳେ ଖିଲାପ ଏବଂ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଆୟୋଜନ କରିବାରେ ହେଉଥିବା ବିଳମ୍ବ‌ ହେଲେ କଂପାନିଗୁଡ଼ିକ ବିରୋଧରେ ଅପରାଧିକ ମାମଲା ରୁଜୁ ହେବନାହିଁ। କଂପାନି ନିୟମରେ ରହିଥିବା ଅଧିକାଂଶ ରଫାଦଫା ଯୋଗ୍ୟ ଅପରାଧ ସମ୍ପର୍କିତ ଧାରାକୁ ‘ଆଭ୍ୟନ୍ତରୀଣ ବିଚାର ପ୍ରଣାଳୀ’ (ଆଇଏଏମ୍)ରେ ସାମିଲ କରାଯିବ। ପୂର୍ବରୁ ୧୮ଟି ଧାରା ଏହି ପ୍ରଣାଳୀ ଅଧୀନରେ ଥିଲା। ଆଗାମୀ ଦିନରେ ୫୮ଟି ଧାରାକୁ ଏଥିରେ ସାମିଲ କରାଯିବ। କଂପାନି ନିୟମରେ ଏହି ସଂଶୋଧନ ହେଲେ ଅପରାଧିକ କୋର୍ଟ ଓ ଏନ୍‌ସିଏଲ୍‌ଟିରେ ମାମଲା ସଂଖ୍ୟା ହ୍ରାସ ପାଇବ।

ସମ୍ବନ୍ଧିତ ଖବର