ନୂଆବର୍ଷ ପାଇଁ ୩୧ ରାତିରେ ଖୋଲା ରହିବ ଏସ୍‌ପ୍ଲାନେଡ୍ ୱାନ୍

ଭୁବନେଶ୍ବର: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଆଡ଼େ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟର ଅନ୍ୟତମ ବୃହତ୍ ମଲ୍ ଏସ୍‌ପ୍ଲାନେଡ୍ ୱାନ୍ ମଧ୍ୟରେ ଏଥିରେ ସାମିଲ ହୋଇଛି। ନୂଆବର୍ଷ ଉତ୍ସବ ମନାଇବା ପାଇଁ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରି ପରେ ମଧ୍ୟ ଖୋଲା ରହିବ। ଏହି ମଲ୍‌ରେ ୧୦୦ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ରହିଛନ୍ତି। ଖାଇବା ପାଇଁ ମଧ୍ୟ ଏକାଧିକ ଡାଇନିଂ ସ୍ଥାନ ସହିତ ବିପୁଳ ଖାଦ୍ୟ ସମ୍ଭାର ରହିଛି। ତେଣୁ ୩୧ ତାରିଖ ରାତିରେ ଓଡ଼ିଶାର ଲୋକମାନେ ଏଠାରେ ସେମାନଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀଙ୍କ ସହିତ ମଲ୍‌ରେ ଖାଇବା ଏବଂ ସପିଂର ମଜା ନେଇପାରିବେ। ମଲ୍‌ ପକ୍ଷରୁ ମଧ୍ୟ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଣ୍ଟର ଡାଇରେକ୍ଟର ପାର୍ଥ ପ୍ରତିମ ନାୟକ କୁହନ୍ତି, ପାର୍ଟି ଟାଇମ୍‌, ସଙ୍ଗୀତ, ଫାଇନ୍ ଡାଇନିଂ, ଫୁଡ୍ କୋର୍ଟ ସମେତ ଆମୋଦପ୍ରମୋଦ, କୌତୁକିଆ ଖେଳ ଏବଂ ସପିଂର ମଜା ଲୋକମାନେ ଏଠାରେ ନୂଆବର୍ଷ ଉ‌ପଲକ୍ଷେ ନେଇପାରିବେ।

ସମ୍ବନ୍ଧିତ ଖବର