ପେଟ୍ରୋଲ ୯ ପଇସା ଓ ଡିଜେଲ ୬ ପଇସା ବଢିଲା

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ଆଜି ପେଟ୍ରୋଲ ୯ ପଇସା ଓ ଡିଜେଲ ୬ ପଇସା ବୃଦ୍ଧି କରିଛି ।

ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ୦୬ ପଇସା ଓ ଡିଜେଲ ଦର ୬୮ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ଟଙ୍କା ୫୦ ପଇସା ଓ ଡିଜେଲ ୭୨ ଟଙ୍କା ୭୨ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୯୬ ପଇସା ଓ ଡିଜେଲ ୭୩ ଟଙ୍କା ୪୮ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ମୁମ୍ବାଇରେ ସର୍ବାଧିକ ଭାଟ (ଲିଟର ପିଛା ଟ. ୩୯.୧୨ )ସଂଗ୍ରହ କରାଯାଉଥିବାରୁ ସେଠାରେ ଦର ସବୁଠାରୁ ଅଧିକ ରହିଛି । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସାରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ୭୨.୦୯ ଡଲାର ରହିଛି ।

ସମ୍ବନ୍ଧିତ ଖବର