ଫ୍ଲିପକାର୍ଟରେ ଫ୍ରିଜ କିଣିଲେ ମିଳୁଛି ଆକର୍ଷଣୀୟ ରିହାତି

ଖରାଦିନ ଆରମ୍ଭ ହୋଇଯାଇଛି । ଏଥିସହିତ ଯଦି ଆପଣଙ୍କର ଘରେ ଥିବା ଫ୍ରିଜ୍‌ଟି ପୁରୁଣା ହୋଇଯାଇଛି ଓ ଆପଣ ଆଉ ଗୋଟେ ନୂଆ ଫ୍ରିଜ୍‌ଟିଏ କିଣିବାକୁ ଚାହୁଁଛନ୍ତି ତ ,ତେବେ ଆପଣଙ୍କ ପାଇଁ ଖୁସିଖବର।କାରଣ ଏନେଇ ଅନ୍‌ଲାଇନ୍‌ ସପିଂ କଂପାନି ‘ଫ୍ଲିପ୍‌କାର୍ଟ’ ତରଫରୁ ଆରମ୍ଭ ହୋଇଛି ଏକ ଆକର୍ଷଣୀୟ ଅଫର ୍‌। ଯେଉଁଥିରେ କି କଂପାନି ପକ୍ଷରୁ ଗ୍ରାହକମାନଙ୍କ ଲାଗି ଅତ୍ୟନ୍ତ ରିହାତି ମୂଲ୍ୟରେ ଫ୍ରିଜ୍‌ ଉପଲବ୍ଧ ହେଉଛି । ଏଥିସହିତ ଏହି ଅଫର୍‌ରେ ସାମସଙ୍ଗ୍‌ ସହିତ ଗୋଦ୍‌ରେଜ୍‌ କଂପାନି ର ଫ୍ରିଜ୍‌ ମଧ୍ୟ ସାମିଲ୍‌ ରହିଛି । ଯେଉଁ ଅଫର୍‌ ରେ କି ଗ୍ରାହକ ମାତ୍ର ୭୭୦୦ ଟଙ୍କା ମୂଲ୍ୟରେ ଭଲ କଂପାନିର ଫ୍ରିଜ୍‌ କୁ କିଣିପାରିବେ। ହେଲେ ଫ୍ରିଜ୍‌ କିଣିବା ପୂର୍ବରୁ ସେମାନଙ୍କୁ କେବଳ ୨ ଟି ମୌଳିକ ତଥ୍ୟ ଉପରେ ହିଁ ଧ୍ୟାନ ଦେବାକୁ ହେବ। ପ୍ରଥମତଃ ତାଙ୍କୁ ଏହା ଉପରେ ଫୋକସ୍‌ କରିବାକୁ ହେବ କି ତାଙ୍କ ପାଖରେ ଫ୍ରିଜ୍‌ ରଖିବାକୁ କେତେ ସ୍ପେସ୍‌ ରହିଛି । ଏହାପରେ ଆପଣ ଫ୍ରିଜ୍‌ ସାଇଜ୍‌ କୁ ନିର୍ଣ୍ଣୟ କରି ଫ୍ରିଜ୍‌ କିଣନ୍ତୁ।

ଦ୍ୱିତୀୟତଃ ଆପଣଙ୍କୁ ଫ୍ରିଜ୍‌ର କାପାସିଟି କୁ ମଧ୍ୟ ଦେଖିବାକୁ ହେବ।କାରଣ ମାର୍କେଟ୍‌ରେ ବହୁତ ଲିଟର କାପାସିଟି ବାଲା ଫ୍ରିଜ୍‌ ଉପଲବ୍ଧ ହେଉଥିବା କାରଣରୁ ,ଆପଣଙ୍କୁ କେବଳ ଘରର ଆବଶ୍ୟକତାକୁ ହିଁ ନଜର ରଖି ଫ୍ରିଜ୍‌ କିଣିବାକୁ ହେବ। ଏଥିସହିତ ଆପଣଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ଯଦି ୪ ରୁ ୫ ଜଣ ତ ,ତେବେ ସେମାନଙ୍କ ଲାଗି ୧୪୦ ଲିଟର ଏବଂ ୧୭୦ ଲିଟର ଫାସିଲିଟି ବାଲା ଫ୍ରିଜ୍‌ ପର୍ଯ୍ୟାପ୍ତ ଅଟେ। ଆଉ ଯଦି ପରିବାରର ସଦସ୍ୟଙ୍କ ସଂଖ୍ୟା ତହିଁରୁ ଅଧିକ ଅଟେ,ତେବେ ସେମାନଙ୍କ ଲାଗି ୧୯୦ ଲିଟର କାପାସିଟି ବାଲା ଫ୍ରିଜ୍‌ ନେବା ହିଁ ଉଚିତ୍‌ ହୋଇଥାଏ ।

ସମ୍ବନ୍ଧିତ ଖବର