ବଜାରରେ ଇନଫିନିକ୍ସର ପ୍ରଥମ ଆଣ୍ଡ୍ରଏଡ୍‌ ନୋଟ୍‌-୫ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ୍‌ : ଅନ୍‌ଲାଇନ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଟ୍ରାନ୍ସିଅନ ହୋଲଡିଂର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନଫିନିକ୍ସ ପକ୍ଷରୁ ନୋଟ୍‌-୫ ପ୍ରଥମ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଦୁବାଇଠାରେ ଘୋଷଣା କରାଯାଇଛି। ଏହାର ମୂଲ୍ୟ ୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଆଣ୍ଡ୍ରଏଡ୍‌ ଓଏସ୍‌, ଏଆଇ ପାୱାର, ଗୁଗୁଲ୍‌ ଲେନ୍ସ୍‌, ଏବଂ ଗୁଗୁଲ ଆସିଷ୍ଟାନ୍ସ୍‌ ସୁରକ୍ଷା ବ୍ୟବସ୍ଥା ରହିଛି । ଏଥିରେ ୫.୯୯ ଇଞ୍ଚ ଏଫ୍‌ଏଚ୍‌ଡି ପ୍ଲସ୍‌ ଡିସପ୍ଲେ ସହିତ ୧୮.୯ ଫୁଲ୍‌ ଭିୟୁ, ୧୬ ଏମ୍‌ ପି ଏଆଇ ସେଲ୍‌ଫି କ୍ୟାମେରା, ଦୀର୍ଘ ୩ ଦିନ ଧରି ଯାଉଥିବା ୪୫୦୦ ଏମଏଏଚ୍‌ ବ୍ୟାଟେରୀ, ୧୮ ୱାଟ୍‌ ଫାଷ୍ଟ ଚାର୍ଜିଂ, ଗୁଗୁଲ୍‌ ୟୁଆଇ, ଡୁଆଲ୍‌ ସିମ୍‌ ଭୋଲଟି ଆଦି ବୈଶିଷ୍ଟ୍ୟ ରହିଛି। ଏଥିରେ ଆଣ୍ଡ୍ରଏଡ୍‌ ଓରିଓ ୮.୧ ଓଏସ୍‌, ଏଆଇ ପାୱାରଡ୍‌ ଗୁଗୁଲ ଲେନ୍ସ୍‌ ଏବଂ ଗୁଗୁଲ ଆସିଷ୍ଟାନ୍ସ୍‌ ରହିଛି। ଏହାର ଗୁଗୁଲ୍‌ ଫଟୋ ଦ୍ୱାରା ମାଗଣାରେ ଫଟୋ ଓ ଭିଡ଼ିଓ ଶେୟାର କରି ହୋଇଥାଏ। ଗୁଗୁଲ୍‌ ଲେନ୍ସ ମାଧ୍ୟମରେ ଫଟୋ ଉଠାଇବା ସମୟରେ ଅନକେ ସୁବିଧା ହୋଇଥାଏ। ଏହି ନୂତନ ସ୍ମାର୍ଟଫୋନ୍‌ ଫ୍ଲିପ୍‌କାର୍ଟରେ ୨୦୧୮ ଅଗଷ୍ଟ ୩୧ ତାରିଖଠାରୁ ସ୍ୟାଣ୍ଡ୍‌ ଆଇସ୍‌ ବ୍ଲୁ, ମିଲାନ୍‌ ବ୍ଲାକ୍‌, ବର୍ଲିନ୍‌ ଗ୍ରେ ଆଦି ରଙ୍ଗରେ ଉପଲବ୍ଧ ହେବ। ଏହା ଦୁଇଟି ଭ୍ୟାରିଆଂଟ୍‌ରେ ଉପଲବ୍ଧ ହେବ। ଏହାର ୩ଜିବି ରାମ୍‌, ୩୨ ଜିବି ରମ୍‌ ମଡେଲର ମୂଲ୍ୟ ୯,୯୯୯ ଟଙ୍କା ଥିବାବେଳେ ୪ଜିବି ରାମ୍‌ ଏବଂ୬୪ ଜିବି ରମ୍‌ ମଡେଲର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି।

ସମ୍ବନ୍ଧିତ ଖବର