ବିଟେଲ୍‌ର ଯୁଗ ଶେଷ

ନୂଆଦିଲ୍ଲୀ: ଦୀର୍ଘ ୮୧ ବର୍ଷ ପରେ ବିଶ୍ବର ଏକ ପ୍ରମୁଖ ଲୋକପ୍ରିୟ କାର ବିଟେଲ୍‌ର ଉତ୍ପାଦନ ବନ୍ଦ କରିଛି ଫକ୍ସୱାଗନ। ୧୯୩୮ ମସିହାରେ ଏହି କାର୍‌ର ଉତ୍ପାଦନ ଆରମ୍ଭ ହୋଇଥିଲା। ଗତ ବୁଧବାର କମ୍ପାନି ଏହାର ଶେଷତମ ବିଟେଲ୍‌ର ଉତ୍ପାଦନ ମେକ୍ସିକୋର ପୁବେଲା ସ୍ଥିତ କାରଖାନାରୁ କରିଥିଲା। ତେବେ କମ୍ପାନି ଏହି ବିଟେଲ୍‌ର ବିକ୍ରି ନକରି ଏହାକୁ ପୁବେଲା‌ସ୍ଥିତ ସଂଗ୍ରହାଳୟରେ ପ୍ରଦର୍ଶିତ କରିବ। ଶେଷ ୟୁନିଟ୍‌ର ନାମ କମ୍ପାନି ‘ବିଟେଲ୍ ଫାଇନାଲ ଏଡିସନ୍’ ରଖିଛି। ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲ୍‌ଫ ହିଟଲରଙ୍କ ନେତୃତ୍ବରେ ଏହି କାର୍‌କୁ ପ୍ରଥମେ ବିକଶିତ କରାଯାଇଥିଲା। ହୋଇଥିଲା।

ସମ୍ବନ୍ଧିତ ଖବର