ଭାରତୀୟ ବଜାରକୁ ଆସିଲା ନୂଆ ଲକଜୁରି କାର୍‌ ମିନି କଣ୍ଟ୍ରିମ୍ୟାନ

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଛି ବିଏମଡବ୍ଲୁ ଅଧିନସ୍ଥ ଏକ ସୌଖିନ କାର ବ୍ରାଣ୍ଡ ମିନି କଣ୍ଟ୍ରିମ୍ୟାନ । ନୋଇଡାଠାରେ ଅନୁଷ୍ଠିତ ଅଟୋ ଏକ୍ସପୋରେ ଏହାକୁ ଲଞ୍ଚ୍‌ କରାଯଇଛି । ବିଏମଡ଼ବ୍ଲ୍ୟୁ ଗ୍ରୁପ୍‌ ପ୍ଲାଣ୍ଟ ଚେନ୍ନାଇରେ ଉତ୍ପାଦିତ ସମ୍ପୁର୍ଣ୍ଣ ନୂତନ ମିନି କଣ୍ଟ୍ରିମ୍ୟାନ୍‌ ତିନୋଟି ଭାରିଆଣ୍ଟରେ ଉପଲବ୍ଧ – ଦୁଇଟି ପେଟ୍ରୋଲ ଭାରିଆଣ୍ଟ ଓ ଗୋଟିଏ ଡିଜେଲ ଭାରିଆଣ୍ଟ । ଏହାର ଡ଼େଲିଭରି ଜୁନ୍‌ ୨୦୧୮ ଠାରୁ ଆରମ୍ଭ ହେବ । ତେବେ ଏହି ମଡେଲଗୁଡ଼ିକର ମୂଲ୍ୟ ଏପର୍ଯ୍ୟନ୍ତ ଜଣାପଡିନଥିବାବେଳେ ଖୁବଶୀଘ୍ର ମୂଲ୍ୟ ଘୋଷଣା କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ମି. ହେନରିକ ଉୟିଲହେ ଇସମେୟର, ମିନିର ହେଡ଼୍‌, ରିଜିଅନ୍‌ ଏସିଆ, ପ୍ୟାସିଫିକ୍‌, ସାଉଥ୍‌ ଆଫ୍ରିକା ଏବଂ ଇମପୋର୍ଟର ରିଜିୟନ୍‌ କହିଛନ୍ତି ଯେ, ‘ଏହାର ଶୁଭାରମ୍ଭ ପରଠାରୁ ମିନି ବ୍ରାଣ୍ଡ ନୂତନ ଆବିଷ୍କାର ଏବଂ ପ୍ରୋତ୍ସାହନ ପାଇଁ ଲୋକପ୍ରିୟ ହୋଇପାରିଛି । ଆମ୍ଭେମାନେ ପ୍ରତ୍ୟେକ ମଡ଼େଲରେ ଅହରହ ଚାଳନା ଆନନ୍ଦ ଏବଂ ସ୍ୱତନ୍ତ୍ର ମିନି ଗୋ-କାର୍ଟ ଫିଲିଙ୍ଗ ପ୍ରଦାନ କରିଆସୁଛୁ ।

ଏହି ମିନି କଣ୍ଟ୍ରିମ୍ୟାନ କୁପର ଏସ. ଜେସିଡବ୍ଲୁ ରେ ଲାଗିଛି ଜନକୁପର ଏରୋଡାଇନାମିକ କିଟ୍‌, ରିଅର ରୁଫ ସ୍ପଏଲର ଆଦି । ଏହା ମଧ୍ୟ କେତେକ ପ୍ରିମିୟମ ଫିଚର ଯଥା ଲେଦର ଷ୍ଟିୟରିଂ ହ୍ଵିଲ, ସ୍ପୋର୍ଟ୍ସ ସିଟ୍‌, ହାରମନ କାରଟର ହାଇ ଫାଇ ସ୍ପିକର ସିଷ୍ଟମ ଇତ୍ୟାଦି । ସବୁଠାରୁ ବଡ଼ କଥା ହେଉଛି ଏହି କାର ସହିତ ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହୋଇଛି କୁପର ଏସଡି ଇଂଜିନ ଯାହାକି ୧୯୦ ଏଚପି ଓ ୪୦୦ଏନଏମ ଟର୍କ ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର