ମୁମ୍ବାଇ: ଦେଶର ଦ୍ୱିତୀୟ ବୃହତ୍ତମ ମାଇକ୍ରୋଫାଇନାନ୍ସ କମ୍ପାନି ଭାରତ ଫାଇନାନ୍ସିଆଲ ଇନ୍କ୍ଲୁଜନ୍ ଲିମିଟେଡକୁ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଅଧିଗ୍ରହଣ କରିଛି। ବ୍ୟାଙ୍କ ସେବୟାର ମାଧ୍ୟମରେ ଏହି ଅଧିଗ୍ରହଣ କରିଛି। ଭାରତ ଫାଇନାନ୍ସିଆଲର ୧୦୦୦ ସେୟାର ପାଇଁ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ୬୩୯ଟି ସେୟାର ପ୍ରଦାନ କରିବ। ଏହି ଅଧିଗ୍ରହଣକୁ ବ୍ୟାଙ୍କର ବୋର୍ଡ ମଞ୍ଜୁରି ଦେଇଛି। ଆସନ୍ତା ଜାନୁିଆରି ପହିଲାରୁ ଏହା କାର୍ଯ୍ୟକାରୀ ହେବ।