ମିନ୍ତ୍ରା ପକ୍ଷରୁ ଏଣ୍ଡ୍ ଅଫ୍ ରିଜନ୍ ସେଲ୍

ଭୁବନେଶ୍ବର: ମିନ୍ତ୍ରା ପକ୍ଷରୁ ଏଣ୍ଡ୍‌ ଅଫ୍ ରିଜନ୍ ସେଲ୍ ଆସିଛି। ଗ୍ରାହକମାନେ ସେମାନଙ୍କ ଫେସନ୍ ଆବଶ୍ୟକତାକୁ ଏହି ସେଲ୍ ମାଧ୍ୟମରେ ପୂରଣ କରିପାରିବେ। ଏହି ମେଗା ସେଲ୍‌ର ଦଶମ ତଥା ସର୍ବବୃହତ୍ ସଂସ୍କରଣ ଗତ ୨୧ ତାରିଖରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୩ ହଜାରରୁ ଅଧିକ ସ୍ଥାନୀୟ ଓ ଅର୍ନ୍ତର୍ଜାତୀୟ ବ୍ରାଣ୍ଡର ୮ ଲକ୍ଷରୁ ଅଧିକ ଷ୍ଟାଇଲ୍ ଆକର୍ଷଣୀୟ ମୂଲ୍ୟରେ ମିଳିବ। ଗ୍ରାହକମାନେ ସେମାନଙ୍କ ମନ ପସନ୍ଦର ସାମଗ୍ରୀ, ଆସେସୋରିଜ୍, ସୌନ୍ଦର୍ଯ୍ୟ ଉତ୍ପାଦ, ଗୃହ ସାଜସଜ୍ଜା ସାମଗ୍ରୀ ଉତ୍ତମ ମୂଲ୍ୟରେ କିଣିବାର ସୁଯୋଗ ପାଇବେ। ଏହି ଅଫର ମାଧ୍ୟମରେ ଅତିକମ୍‌ରେ ୫.୫ ଲକ୍ଷ ନୂଆ ଗ୍ରାହକ ମିନ୍ତ୍ରାରେ ସପିଂ କରିବା ନେଇ ଆଶା ରହିଛି ବୋଲି ମିନ୍ତ୍ରା ଜବଙ୍ଗ ମୁଖ୍ୟ ଅମର ନାଗରାମ କହିଛନ୍ତି।

ସମ୍ବନ୍ଧିତ ଖବର