ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆ ବାଣିଜ୍ୟ ରାଷ୍ଟ୍ରଦୂତ

ଭୁବ‌ନେଶ୍ବର: ଅଷ୍ଟ୍ରେଲିଆ ବାଣିଜ୍ୟ ଦୂତାବାସ, କୋଲକାତାର ବାଣିଜ୍ୟ ରାଷ୍ଟ୍ରଦୂତ ଆଣ୍ଡ୍ରିଉ ଫୋର୍ଡ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ କେଉଁ ସବୁ କ୍ଷେତ୍ରରେ ସହଯୋଗିତା ସ୍ଥାପନ କରିବାର ସମ୍ଭାବନା ରହିଛି ତାହାକୁ ନେଇ ଉଭୟ ଆଲୋଚନା କରିଛନ୍ତି। ଆମେ ଓଡ଼ିଶାର ଖଣି, ଖଣି ଉପକରଣ ପ୍ରଯୁକ୍ତି, ସେବା, ଶିକ୍ଷା, ପର୍ଯ୍ୟଟନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସହଯୋଗିତା ବଢ଼ାଇବାକୁ ଚାହୁଛୁ ବୋଲି ‌ଶ୍ରୀ ଫୋର୍ଡ କହିଛନ୍ତି। ଅଷ୍ଟ୍ରେଲିଆର ଏକ ବିକାଶ ପ୍ରକଳ୍ପ ୱାଟର୍‌ ଫର୍‌ ଓମେନ୍‌କୁ ନେଇ ମଧ୍ୟ ସେମାନେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର