ଭୁବନେଶ୍ବର: ରୁପାଲି ଛକରେ ଥିବା କର୍ଣ୍ଣାଟକ ବ୍ୟାଙ୍କ ଶାଖାକୁ ଆଜି ବିଏମ୍ସି ଭବାନୀ ମଲ୍ ପାଖକୁ ସ୍ଥାନାନ୍ତର କରାଯାଇଛି। ସେହି ଶାଖାରେ ଏକ ନୂଆ ମିନି ଇ-ଲବି ଖୋଲାଯାଇଛି। ତାହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରିଛନ୍ତି। ଏହି ଇ-ଲବିରେ ଗ୍ରାହକମାନେ ନିଜେ ଅନେକ କାର୍ଯ୍ୟ କରିପାରିବେ। ଟଙ୍କା ଜମା କରିପାରିବେ ଓ ନିଜ ପିନ୍ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସ୍ୱାର୍ଡକୁ ବଦଳାଇ ପାରିବେ। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ ସୁବୁରାମୁ ଏଲ୍, ସହକାରୀ ମହାପ୍ରବନ୍ଧକ ମହେଶ ସେଟ୍ଟି ଓ ଅନ୍ୟମାନେ ଉପସ୍ଥିତ ଥିଲେ।