ସିମ୍ଫୋନିର ଲାଭରେ ୩୬% ବୃଦ୍ଧି

ଭୁବନେଶ୍ବର: ଏୟାର କୁଲର୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ସିମ୍ଫୋନି ଲିମିଟେଡ୍‌ ୨୦୧୯-୨୦ର ତୃତୀୟ ‌ତ୍ରୟମାସରେ ୫୮ କୋଟି ଟଙ୍କାର ଟିକସ ପରବର୍ତୀ ଲାଭ ହାସଲ କରିଛି। କଂପାନି ଏଥିରେ ୩୬% ଭଳି ଉଲ୍ଲେଖନୀୟ ବୃଦ୍ଧି ଆଣିପାରିଛି। ଚଳିତ ମାସ ୭ ତାରିଖରେ କଂପାନିର ନିର୍ଦେଶକ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, କଂପାନିର ବିକ୍ରି ୩୦% ବୃଦ୍ଧି ସହ ୨୦୬ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅବସରରେ କଂପାନିର ପକ୍ଷରୁ ୧୦୦୦%ର ତୃତୀୟ ଅନ୍ତରୀଣ ଲାଭାଂଶ ଘୋଷଣା କରାଯାଇଛି। କଂପାନିର ଇଡି ନୃପେଶ ଶାହ କହିଚନ୍ତି ଯେ, ୨୦୧୯-୨୦ରେ ଆମେ ବଜାର‌‌ରେ ଉପସ୍ଥାପନ କରିଥିବା ମଡେଲ୍‌ଗୁଡ଼ିକ ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି।

ସମ୍ବନ୍ଧିତ ଖବର