ସୌରଭଙ୍କୁ ଅଜନ୍ତା ସୁଜ୍‌ର ସମ୍ବର୍ଦ୍ଧନା

କୋଲକାତା: ଅଜନ୍ତା ସୁଜ୍ ପକ୍ଷରୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୌରଭ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କଂପାନିର ଏମ୍‌ଡି ସାଙ୍ଗନିକ୍ ବାନିକ୍ କହିଛନ୍ତି। ଅଜନ୍ତା ଫୁଟ୍‌ କେୟାର୍‌ର ଏମ୍‌ଡି ସୌମିକ୍ ବାନିକ୍ କହିଛନ୍ତି ଯେ, ଖେଳାଳି ଭାବେ ସେ ଭାରତୀୟ କ୍ରିକେଟ୍‌କୁ ବଦଳାଇଥିଲେ ଏବଂ ଏବେ ପ୍ରଶାସକ ଭାବେ ଆହୁରି ବଦଳାଇପାରିବେ। ଏହି ଅବସରରେ କ୍ରିକେଟ୍‌ ଜଗତର ‌ଅନେକ ପ୍ରମୁଖ ଖେଳାଳି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର