ହୋଣ୍ଡା ଏକ୍ସ-ବ୍ଲେଡ୍‌ ବାଇକ୍‌ ବୁକିଙ୍ଗ୍‌ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ନୂଆ ୧୬୦ ସିସି ସ୍ପୋର୍ଟି ମୋଟରସାଇକଲ୍‌ ଏକ୍ସ-ବ୍ଲେଡ୍‌ର ବୁକିଙ୍ଗ ଆରମ୍ଭ କରାଯାଇଛି। ଏହାକୁ କଂପାନି ଅଟୋ ଏକ୍ସପୋ ୨୦୧୮ରେ ଉନ୍ମୋଚନ କରିଥିଲା । କଂପାନିର ଗ୍ରାହକମାନେ ହୋଣ୍ଡା ଡିଲରସିପ୍‌ରେଏକ୍ସ-ବ୍ଲେଡ୍‌ର ବୁକିଙ୍ଗ କରିପାରିବେ । ଏକ୍ସ-ବ୍ଲେଡ୍‌ର ବୁକିଙ୍ଗ ବିଷୟରେ ଘୋଷଣା କରି ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଏବଂ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କହିଛନ୍ତିି ଯେ, ପ୍ରଥମ ଥର ବ୍ୟବହାର ହୋଇଥିବା ବୈପ୍ଳବିକ ବୈଶିଷ୍ଟ୍ୟ ସହିତ ହୋଣ୍ଡାର ଏକ୍ସ ବ୍ଲେଡ୍‌ ଭାରତୀୟ ଯୁବପିଢ଼ିଙ୍କୁ ଉତ୍ସାହିତ କରିବ ଏବଂ ଏହାର ମୂଲ୍ୟ ବେଶ ଆକର୍ଷଣୀୟ ୭୯,୦୦୦ ଟଙ୍କା ରଖାଯାଇଛି (ଏକ୍ସ ସୋରୁମ, ଦିଲ୍ଲୀ)।

ଏକ୍ସ-ବ୍ଲେଡ୍‌ର ଡେଲିଭରି ଫାଷ୍ଟ୍‌-କମ୍‌-ଫାଷ୍ଟ୍‌ ସର୍ଭ ଭିତିରେ ମାର୍ଚ୍ଚ ମଧ୍ୟ ଭାଗରୁ ଆରମ୍ଭ ହେବ। ଏହି ବାଇକ୍‌ରେ ରହିଛି ଟ୍ରାନ୍ସଫର୍‌ମର୍‌ ଅନୁପ୍ରାଣିତ ଫ୍ୟୁଚରିଷ୍ଟିକ୍‌ ଏଲ୍‌ଇଡି ହେଡ୍‌ଲାଇଟ ଯାହା ଏହି ବର୍ଗରେ ପ୍ରଥମେ ବ୍ୟବହାର କରାଯାଇଛି। ଏଥିରେ ସ୍ପୋର୍ଟି ଡୁଆଲ୍‌ ଆଉଟ୍‌ଲେଟ୍‌ ପୋର୍ଟ ସାଇଲେନ୍‌ସର୍‌ ଥିବା ବେଳେ ୧୬୨.୭୧ ସିସିର ଏଚ୍‌ଇଟି ଇଂଜିନ ରହିଛି। ଏଥିରେ ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟର ଏବଂ ଗିୟର ପୋଜିସନ୍‌ ଇଣ୍ଡିକେଟର ମଧ୍ୟ ରହିଛି । ଏହା ମେଟ୍‌ ମାର୍ଭେଲ୍‌ ବ୍ଲୁ ମେଟାଲିକ୍‌, ମେଟ୍‌ ଫ୍ରୋଜେନ୍‌ ସିଲଭର ମେଟାଲିକ୍‌, ପର୍ଲ ସ୍ପାର୍ଟାନ୍‌ ରେଡ୍‌, ପର୍ଲ ଇଗନିୟସ ବ୍ଲାକ୍‌ ଏବଂ ମାଟେ ମାର୍ସଲ୍‌ ଗ୍ରିନ୍‌ ମେଟାଲିକ୍‌ ଭଳି ୫ଟି ରଙ୍ଗରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର