ୟେସ୍ ବ୍ୟାଙ୍କ ମାମଲା: ଇଡିରେ ହାଜର ହେଲେ ନରେଶ ଗୋୟଲ

ମୁମ୍ବାଇ: ୟେସ୍ ବ୍ୟାଙ୍କ ମାମଲାରେ ଜେଟ୍‌ ଏୟାର‌ୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହଜାର ହୋଇଛନ୍ତି। ୟେସ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁର ଏବଂ ତାଙ୍କ ପରି‌ବାରଙ୍କ ବିରୋଧରେଚାଲିଥିବା ମନି ଲଣ୍ଡରିଂ ତଦନ୍ତ ମାମଲାରେ ପୂର୍ବରୁ ଶିଳ୍ପପତି ଅନୀଲ ଅମ୍ବାନି ଏବଂ କକ୍ସ ଆଣ୍ଡ କିଙ୍ଗ୍ସ କମ୍ପାନିର ପିଟର କେରକର୍ ହାଜର ହୋଇ ସାରିଛନ୍ତି। ଇଡିର ବାଲାର୍ଡ ଇଷ୍ଟେଟ କାର୍ଯ୍ୟାଳୟରେ ନରେଶ ଗୋୟଲଙ୍କୁ ତଦନ୍ତକାରୀ ଅଧିକାରୀମାନେ ପଚରାଉଚରା କରିବେ। ୟେସ ବ୍ୟାଙ୍କଠାରୁ ଜେଟ୍‌ ଏୟାରୱେଜ୍ ପ୍ରାୟ ୫୫୦ କୋଟି ଟଙ୍କାର ଋଣ ନେଇଛି। ପୂର୍ବରୁ ଗୋୟଲଙ୍କୁ ମାର୍ଚ୍ଚ ୧୮ ତାରିଖରେ ହାଜର ହେବା ପାଇଁ ଇଡି ଡାକିଥିଲା। କିନ୍ତୁ କୌଣସି କାରଣରୁ ସେ ହାଜର ହୋଇ ନପାରି ଅଧିକ ସମୟ ମାଗିଥିଲେ। ତେଣୁ ତାଙ୍କୁ ଶନିବାର ହାଜର ହେବା ପାଇଁ କୁହାଯାଇଥିଲା। ଏହି ମାମଲାରେ ଇଡି ରାଣା କପୁର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ବ୍ୟାଙ୍କ ଉପରେ କଟକଣା ଜାରି ହେବା ପରେ ରାଣାଙ୍କ ଘରେ ଇଡି ଚଢ଼ଉ କରିଥିଲା। ମାର୍ଚ୍ଚ ୮ ତାରିଖରେ ଇଡି ରାଣାଙ୍କୁ ଗିରଫ କରିଥିଲା। ରାଣା ଏବେ ବିଚାର ବିଭାଗୀୟ ‌ହାଜତରେ ଅଛନ୍ତି।

ସମ୍ବନ୍ଧିତ ଖବର