୧୮ ହଜାର କୋଟି କଳାଧନକୁ ଧଳା କରିଛନ୍ତି ଗୁଜରାଟୀ

ଅହମ୍ମଦାବାଦ: ବିମୁଦ୍ରାକରଣ ପୂର୍ବରୁ ସରକାର ୨୦୧୬ ମସିହାରେ ଦେଶ ଭିତରୁ କଳାଟଙ୍କାକୁ ବାହାର କରିବା ଲାଗି ଏକ ଆୟ ଘୋଷଣା ଯୋଜନା (ଆଇଡିଏସ୍‌) ଆଣିଥିଲେ। ୨୦୧୬ ଜୁଲାଇରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଏଥିପାଇଁ ଲୋକମାନଙ୍କୁ ସମୟ ଦିଆଯାଇଥିଲା। ଏହି ଯୋଜନାରେ ଗୁଜରାଟୀମାନେ ମୋଟ ୧୮ ହଜାର କୋଟି ଟଙ୍କାର କଳାଧନ ଘୋଷଣା କରିଥିଲେ। ଦେଶରେ ଏହି ଯୋଜନାରେ ୬୨,୨୫୦ କୋଟି ଟଙ୍କା ‌ଲୋକମାନେ ଘୋଷଣା କରିଥିବା ବେଳେ ଏଥିରେ ଗୁଜରାଟୀମାନଙ୍କ ଯୋଗଦାନ ଥିଲା ୨୯ ପ୍ରତିଶତ।

ସମ୍ବନ୍ଧିତ ଖବର