୨୪ ବର୍ଷ ପରେ ପେପସିକୋ ଛାଡ଼ିଲେ ଇନ୍ଦିରା ନୁୟୀ

ନୂଆଦିଲ୍ଲୀ : ଦୀର୍ଘ ୧୨ ବର୍ଷ ପେପସିକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ରହିବା ପରେ ଭାରୀତୀୟ ବଂଶୋଦ୍ଭବ ଇନ୍ଦିରା ନୁୟୀ ଅବସର ନେବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବର ମାସରେ ସେ ନିଜ ଦାୟିତ୍ୱ ନବ ନିଯୁକ୍ତ ସିଇଓ ରାମନ ଲୋଗର୍ଟାଙ୍କୁ ହସ୍ତାନ୍ତର କରିବେ । ଏ ନେଇ କମ୍ପାନିର ବୋର୍ଡ ମଂଜୁରୀ ଦେଇଛି । ଗତ ୨୪ ବର୍ଷ ହେଲା ଇନ୍ଦିରା ପେପସିକୋରେ କାମ କରୁଥିଲେ । ଏହି କମ୍ପାନିରେ କାମ କରିବା ତାଙ୍କପାଇଁ ବେଶ ସମ୍ମାନର ବିଷୟ ବୋଲି ଇନ୍ଦିରା କହିଛନ୍ତି । ଗତ ୨୪ ବର୍ଷ ହେଲା ପେପସିକୋ ତାଙ୍କ ଜୀବନର ଏକ ଅଂଗ ପାଲଟିଯାଇଥିଲା । ତେବେ ଏହି କମ୍ପାନିକୁ ଆଗେଇ ନେବାକୁ ରମନ ଲାଗର୍ଟା ଜଣେ ଉପଯୁକ୍ତ ବ୍ୟକ୍ତି ବୋଲି ସେ ଟ୍ଵିଟ କରି କହିଛନ୍ତି । ଲଗୋର୍ଟା ମଧ୍ୟ ଗତ ୨୨ ବର୍ଷ ଧରି କମ୍ପାନିରେ କାର୍ଯ୍ୟ କରିଆସୁଛନ୍ତି । ସେ ଏବେ ଗ୍ଲୋବାଲ ଅପରେସନ୍ସ ଓ କର୍ପୋରେଟ ଷ୍ଟ୍ରାଟର୍ଜି ବିଭାଗର ମୁଖ୍ୟ ଅଛନ୍ତି । ନୁୟୀ ଗତ ୨୦୦୬ରେ ପେପସିକୋର ସଭାପତି ତଥା ସିଇଓ ନିଯୁକ୍ତ ହୋଇଥିଲେ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଥର ଫୋର୍ବସ ପକ୍ଷରୁ ବିଶ୍ୱର କ୍ଷମତାଶାଳୀ ମହିଳା ତାଲିକାରେ ସ୍ଥାନ ପାଇଥିଲେ । ଗତ ଜୁନ ମାସଠାରୁ ସେ ଆଇସିସି (ଇଣ୍ଟରନାଲସନାଲ କ୍ରିକେଟ କାଉନସିଲ)ର ଜଣେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର