୪୦% ଲୋକ କିଣନ୍ତି ଯାତାୟାତ ବୀମା: ସର୍ଭେ

ଭୁବନେଶ୍ବର: ଭାରତର ଯାତାୟାତ ବଜାର ପରିମାଣ ୨୦୨୦ ସୁଦ୍ଧା ୨୮ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଯାତାୟାତ ବେଳେ ପାସପୋର୍ଟ ହଜିବା, ବିମାନ ଧରିନପାରିବା, ବ୍ୟାଗ୍ ହଜିବା ଆଦି ସମସ୍ୟା ରହିଥାଏ। ସେହି ସବୁ ସମ୍ଭାବ୍ୟ ସମସ୍ୟାର ମୁକାବିଲା ପାଇଁ ବୀମା କଂପାନିଗୁଡ଼ିକ ଟ୍ରାଭେଲ୍ ବୀମା ବା ଯାତାୟାତ ବୀମା ପ୍ରଦାନ କରୁଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ ନୂତନ ପିଢ଼ିର ୯୦% ଲୋକ ଟ୍ରାଭେଲ୍ ବୀମା ବିଷୟରେ ସଚେତନ। ସେମାନଙ୍କ ୪୦% ଏହି ବୀମା କିଣନ୍ତି। ଅନ୍ୟମାନେ ଏହାର ଆବଶ୍ୟକତା ନାହିଁ ଓ ଏହାକୁ ଏକ ଅଯଥା ଖର୍ଚ ଭାବେ ବିଚାର କରନ୍ତି ବୋଲି ରିଲାଏନ୍ସ ଜେନେରୋଲ୍ ଇନ୍‌ସ୍ୟୁ‌ରାନ୍ସର ଇଡି ଓ ସିଇଓ ରାକେଶ ଜୈନ କହିଛନ୍ତି। ସେ କହିଛନ୍ତି ଯେ, ବିମାନ ଯାତ୍ରା ‌ବେଳେ ଭାରତରେ ପ୍ରତି ୧୦୦୦ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ବ୍ୟାଗ୍ ହଜିଥାଏ। ଏହା ଦ୍ବାରା ଯାତ୍ରୀଙ୍କ ପକେଟ୍‌ ଉପରେ ଅତିରିକ୍ତ ବୋଝ ପଡ଼ିଥାଏ ଓ ଅନେକ ମୂଲ୍ୟବାନ ଜିନିଷ ମଧ୍ୟ ହରାଇବାକୁ ପଡ଼େ। ଏବେ ବୀମା କଂପାନିଗୁଡ଼ିକ ବ୍ୟାପକ ଯାତାୟାତ ବୀମା ପ୍ରଦାନ କରୁଛନ୍ତି। ସେଥିରେ ଅନେକ ପ୍ରକାର ସୁବିଧା ସହିତ ଜରୁରୀକାଳୀନ ଚିକିତ୍ସା ସୁବିଧା ମଧ୍ୟ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର