୭୦ ଟପିଲା ପେଟ୍ରୋଲ୍‌

ନୂଆଦିଲ୍ଲୀ: ଦେଶରେ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। କ୍ରମାଗତଭାବେ ପଞ୍ଚମ ଦିନ ପାଇଁ ତେଲ ଦର ବୃଦ୍ଧି ପାଇଥିବାବେଳେ ଦିଲ୍ଲୀରେ ପେଟ୍ରୋଲ ଦର ୭୦ ଟଙ୍କା ଏବଂ ଡିଜେଲ ଦର ୬୪ ଟଙ୍କା ଟପିଯାଇଛି। ଗତବଷର୍ ଅକ୍ଟୋବର ୧୮ ପରଠାରୁ ପେଟ୍ରୋଲ୍ ଦର ନିୟମିତ ହ୍ରାସ ପାଉଥିଲା। ଏହି ଧାରା ଚଳିତ ବର୍ଷ ଜାନୁଆରି ୭ ପର୍ଯ୍ୟନ୍ତ ବଜାୟ ରହିଥିଲା। ଏହା ପରେ ଦର ବୃଦ୍ଧିର ଧାରା ପୁଣି ଆରମ୍ଭ ହୋଇଛି। ସୋମବାର ପେଟ୍ରୋଲ ଦର ଲିଟର ପିଛା‌େ ୩୮ ପଇସା ଏବଂ ଡିଜେଲ ଦର ୪୯ ପଇସା ବୃଦ୍ଧି ଘଟିଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୦ ଟଙ୍କା ୧୩ ପଇସା ଏବଂ ଡିଜେଲ ଦର ୬୪ ଟଙ୍କା ୧୮ ପଇସାରେ ପହଞ୍ଚି ଯାଇଛି। ଚଳିତମାସରେ ପେଟ୍ରୋଲ ଓ ଡିଜେଲ ଦର ୬ ଥର ବୃଦ୍ଧି ଘଟିଲାଣି। ଫଳରେ ପେଟ୍ରୋଲ ଦର ଚଳିତ ମାସରେ ୧ ଟଙ୍କା ୮୪ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୨ ପଇସା ବଢ଼ିଗଲାଣି।

ସମ୍ବନ୍ଧିତ ଖବର