ମୁକେଶ ଅମ୍ବାନିଙ୍କ ଉତ୍ତରାଧିକାରୀ କିଏ ?

ମୁମ୍ବାଇ : ଦେଶର ବୃହତ୍ ଶିଳ୍ପସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଭବିଷ୍ୟତରେ କେଉଁମାନେ ଚଳାଇବେ ସେନେଇ ବିଗତ କିଛି ବର୍ଷ ହେଲା କଳ୍ପନାଜଳ୍ପନା ଲାଗି ରହିଛି । ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ତିନି ସନ୍ତାନଙ୍କ ମଧ୍ୟରୁ କିଏ କେଉଁ ଦାୟିତ୍ବରେ ରହିବେ ତାହାକୁ ନେଇ ବିଭିନ୍ନ ଅଟକଳ ଲଗାଯାଉଥିଲା ।

ସୋମବାରଦିନ କମ୍ପାନିର ବାର୍ଷିକ ସାଧାରଣ ସମ୍ମିଳନୀ(ଏଜିଏମ) ଅବସରରେ ତାଙ୍କ ଉତ୍ତରାଧିକାରୀମାନଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି ମୁକେଶ ଅମ୍ବାନି । ସେ କହିଛନ୍ତି ଯେ ତାଙ୍କ ଝିଅ ଇଶା ଅମ୍ବାନି ରିଲାଏନ୍ସ ରିଟେଲର ଦାୟିତ୍ବ ସମ୍ଭାଳିବେ । ବଡ଼ ପୁଅ ଆକାଶ ଅମ୍ବାନି ରିଲାଏନ୍ସ ଜିଓର ଦାୟିତ୍ବ ସମ୍ଭାଳିବେ । ଅନ୍ୟପକ୍ଷରେ ସାନ ପୁଅ ଅନନ୍ତଙ୍କ ଦାୟିତ୍ବରେ ରହିବ କମ୍ପାନିର ନ୍ୟୁ ଏନର୍ଜି ( ନବୀନ ଶକ୍ତି) ବ୍ୟବସାୟ ।

ଏହି ତିନିଜଣ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତାଙ୍କ ପରି ମନୋଭାବ ରଖନ୍ତି । ସେମାନଙ୍କ ସେ ନିଜେ ଓ କମ୍ପାନିର ନିର୍ଦ୍ଦେଶକମାନେ ଏବଂ ବରିଷ୍ଠ ଅଧିକାରୀମାନେ ଆବଶ୍ୟକ ତାଲିମ ଓ ଦିଗଦର୍ଶନ ପ୍ରଦାନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ,  ୨୦୦୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କ ମୃତ୍ୟୁ ପରେ ଉତ୍ତରାଧିକାରକୁ ନେଇ ଦୁଇ ପୁଅ ମୁକେଶ ଓ ଅନୀଲଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏପରି ଏକ ପରିସ୍ଥିତି ଭବିଷ୍ୟତରେ ଯେପରି ନ ଉପୁଜେ, ସେଥିପାଇଁ ମୁକେଶ ଅମ୍ବାନି ଆଗୁଆ ଏହି ପ୍ରସଙ୍ଗକୁ ସ୍ପଷ୍ଟ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର