ନୂଆଦିଲ୍ଲୀ: ବଡ଼ଲୋକିଆଙ୍କ ଚିହ୍ନ ହେଉଛି ଭିଆଇପି ନମ୍ବର୍ ପ୍ଲେଟ୍। କାର୍ କିମ୍ବା ବାଇକ୍ରେ ଲାଗିଥିବା ନମ୍ବର ପ୍ଲେଟ୍ରୁ ବି ଜଣାପଡ଼େ ଜଣେ ବ୍ୟକ୍ତି ଭିଆଇପି କି ନୁହଁନ୍ତି। ଯଦି ନିଜର ପରିଚୟ ପାଇଁ ଏକ ବଡ଼ ଏସ୍ୟୁଭି ଗାଡ଼ି ଯଥେଷ୍ଟ ହୁଏ ନାହିଁ ତ, ନମ୍ବର ପ୍ଲେଟ୍ ଲଗାଇ ପାରନ୍ତି। ତେବେ ଆମ ଦେଶରେ କାର୍ କିମ୍ବା ବାଇକ୍ ପାଇଁ ଭିଆଇପି ନମ୍ବର ପ୍ଲେଟ୍ଟିଏ କିଣିବା ପାଇଁ କ’ଣ ସବୁ କରିବାକୁ ହୁଏ ସେ ସଂପର୍କରେ ଆଜି ଆଲୋଚନା କରିବା।
ବିଶେଷ କରି ଉତ୍ତର ଭାରତରେ ଚାଲୁଥିବା ଏହି ଭିଆଇପି ନମ୍ବର ପ୍ଲେଟ୍କୁ ଦେଶର କୌଣସି ବି ନାଗରିକ ନିଜ ଗାଡ଼ିରେ ଲଗାଇ ପାରିବେ। ସାଧାରଣ ନମ୍ବର ପ୍ଲେଟ୍ରୁ ଏହି ନମ୍ବର ପ୍ଲେଟ୍ ଭିନ୍ନ ରହିଥାଏ। ବିଶେଷ କରି ୦୦ କମ୍ବିନେସନ୍ରେ ଏହି ନମ୍ବର ପ୍ଲେଟ୍ ଅସିଥାଏ।
ନମ୍ବର ପ୍ଲେଟ୍ ନିୟମ ଅନୁଯାୟୀ, ଉଭୟ ନୂଆ ଓ ପୁରୁଣା ଗାଡ଼ି କ୍ଷେତ୍ରରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍(ଏଚ୍ଏସ୍ଆର୍ପି) ଆବଶ୍ୟକ। ଏହି ପ୍ରକାରର ନମ୍ବର ପ୍ଲେଟ୍ ପାଇଁ ଆବେଦନକାରୀ ଅନ୍ଲାଇନ୍ ଯୋଗେ ଆବେଦନ କରିବେ।
ଆବେଦନ ପାଇଁ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ୍, ବାଇଡିଂ ଏବଂ ଗେଟିଂ ଆଲୋଟ୍ମେଣ୍ଟ୍ ପେପର୍ ୩ଟି ପ୍ରକ୍ରିୟା ଦେଇ ଯିବାକୁ ହେବ। ବିଭିନ୍ନ ନମ୍ବର ପ୍ଲେଟ୍ ପାଇଁ ଭିନ୍ନ ଦର ଶ୍ରେଣୀଭୁକ୍ତ ହୋଇ ଅଛି।
୦୦୦୧ ଥିବା ନମ୍ବର ପ୍ଲେଟ୍ର ଦର ୫ ଲକ୍ଷ ଟଙ୍କା ହୋଇଥିବା ବେଳେ ୦୦୦୨ରୁ ୦୦୦୯ ପର୍ଯ୍ୟନ୍ତ ନମ୍ବର ପ୍ଲେଟ୍ ୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ୦୦୧୦ ରୁ ୦୦୯୯, ୦୭୮୬, ୧୦୦୦,୧୧୧୧, ୭୭୭୭ ଏବଂ ୯୯୯୯ ଥିବା ନମ୍ବର ପ୍ଲେଟ୍ର ଦର ୨ ଲକ୍ଷ ଟଙ୍କା।
୦୧୦୦, ୦୧୧୧, ୦୨୦୦, ୦୩୦୦, ୦୩୩୩, ୦୪୦୦, ୦୪୪୪, ୦୫୦୦, ୦୫୫୫, ୦୬୦୦, ୦୬୬୬, ୦୭୦୦, ୦୭୭୭, ୦୮୦୦, ୦୮୮୮, ୦୯୦୦, ୦୯୯୯, ୨୦୦୦, ୨୨୨୨, ୩୦୦୦, ୩୩୩୩, ୪୦୦୦, ୪୪୪୪, ୫୦୦୦, ୫୫୫୫, ୬୦୦୦, ୬୬୬୬, ୭୦୦୦, ୭୭୭୭, ୮୦୦୦, ୮୮୮୮, ୯୦୦୦, ୦୧୦୧, ୦୧୦୮, ୧୦୦୮ ଏବଂ ୧୩୧୩ ଆଦି ନମ୍ବର ଥିବା ପ୍ଲେଟ୍ ପାଇଁ ୧ ଲକ୍ଷ ଟଙ୍କା ଲାଗିବ।
ଶେଷରେ ୦୧ରୁ ୦୪ ମଧ୍ୟରେ ଥିବା ନମ୍ବର ପ୍ଲେଟ୍ ପାଇଁ ୨୦,୦୦୦ ଟଙ୍କା ଲାଗିବ।