୫ ମାସରେ ୧.୧୪ ଲକ୍ଷ କୋଟି ଆୟକର ରିଫଣ୍ଡ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସ ଅର୍ଥାତ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ଆୟକର ବିଭାଗ ରିଫଣ୍ଡ ବାବଦରେ ୧.୧୪ ଲକ୍ଷ କୋଟି ଟଙ୍କା ଫେରସ୍ତ କରିଛି। ୧.୯୭ କୋଟି ଟିକସଦାତାଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି। ୧,୯୬,୦୦,୯୯୮ଟି ମାମଲାରେ ୬୧୨୫୨ କୋଟି ଟଙ୍କାର ଆୟକର ଏବଂ ୧,୪୬,୮୭୧ଟି ମାମଲାରେ ୫୩,୧୫୮ କୋଟିର କର୍ପୋରେଟ୍ ଟିକସ ଫେରସ୍ତ ହୋଇଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର