ନୂଆଦିଲ୍ଲୀ : ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ନିଷ୍ପତ୍ତି ନେଇଛି। ପ୍ରିପେଡ୍ ପେମେଣ୍ଟ୍‌ ଇନଷ୍ଟ୍ରୁମେଣ୍ଟ୍‌କୁ ବ୍ୟବହାର କରି କରାଯାଉଥିବା ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ମର୍ଚାଣ୍ଟ୍‌ କାରବାର ଉପରେ ୧.୧ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା କିମ୍ବା ତା’ପୂର୍ବରୁ ଏନ୍‌ପିସିଆଇ ଏହି ଶୁଳ୍କର ସମୀକ୍ଷା କରିବ।