ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ଆରମ୍ଭରୁ ଡିସେମ୍ବର ୮ ତାରିଖ ମଧ୍ୟରେ ଆୟକର ରିଫଣ୍ଡ ବାବଦରେ ଆୟକର ବିଭାଗ ୧ ଲକ୍ଷ ୪୫ ହଜାର ୬୧୯ କୋଟି ଟଙ୍କା ପ୍ରଦାନ କରିଛି। ୮୯ ଲକ୍ଷ ୨୯ ହଜାରରୁ ଅଧିକ ଟିକସଦାତାଙ୍କୁ ଏହି ଅର୍ଥ ଫେରସ୍ତ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି କରାଯାଇଥିବା ଟ୍ବିଟ୍ରେ ସୂଚନା ଦିଆଯାଇଛି। ଏଥିରେ ବ୍ୟକ୍ତିଗତ ଆୟକର ରିଫଣ୍ଡ ରାଶି ମଧ୍ୟ ସାମିଲ ରହିଛି।
୧.୪୫ ଲକ୍ଷ କୋଟିର ଆୟକର ଫେରସ୍ତ
/sambad/media/post_attachments/wp-content/uploads/2019/06/income-tax-return-cover_11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)