ନୂଆଦିଲ୍ଲୀ: ଅଗଷ୍ଟ ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ପ୍ରାୟ ୧୫ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି। ଗତ ଜୁଲାଇ ତୁଳନାରେ ଅଗଷ୍ଟରେ ୧୨.୬୧% ଅଧିକ ସଦସ୍ୟ ଯୋଡ଼ି ହୋଇଛନ୍ତି। ଏହି ମାସରେ ଇପିଏଫ୍ଓରେ ସାମିଲ ହୋଇଥିବା ୧୪.୮୧ ଲକ୍ଷ ସଦସ୍ୟଙ୍କ ମଧ୍ୟରୁ ୯.୧୯ ଲକ୍ଷ ପ୍ରଥମ ଥର ଲାଗି ଯୋଡ଼ିଛନ୍ତି ବୋଲି ଶ୍ରମ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ପ୍ରାୟ ୫.୬୨ ଲକ୍ଷ ସଦସ୍ୟ ବାହାରିଯିବା ପରେ ପୁଣି ନିଜ ଚାକିରି ପରିବର୍ତ୍ତନ କରି ଇପିଏଫ୍ଓରେ ଯୋଗ ଦେଇଛନ୍ତି। ପୂର୍ବ ନିଯୁକ୍ତିଦାତାଙ୍କ ଠାରୁ ପାଣ୍ଠିକୁ ସେମାନେ ବର୍ତମାନର ଖାତାକୁ ସ୍ଥାନାନ୍ତର କରିଛନ୍ତି। ବୟସ ଭିତ୍ତିରେ ଅଗଷ୍ଟ ମାସରେ ୨୨-୨୫ ବର୍ଷ ବୟସର ସର୍ବାଧିକ ୪.୦୩ ଲକ୍ଷ ସଦସ୍ୟ ଇପିଏଫ୍ଓରେ ଯୋଗ ଦେଇଛନ୍ତି। ୧୮-୨୧ ବର୍ଷ ବୟସର ୩.୨୫ ଲକ୍ଷ ସଦସ୍ୟ ସାମିଲ ହୋଇଛନ୍ତି। ଅଧିକ ସଦସ୍ୟ ଯୋଡ଼ିବାରେ ମହାରାଷ୍ଟ୍ର, ହରିୟାଣା, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକ ଆଗରେ ରହିଛନ୍ତି। ଏହି ରାଜ୍ୟଗୁଡ଼ିକ ପ୍ରାୟ ୮.୯୫ ଲକ୍ଷ ନୂଆ ସଦସ୍ୟ ଯୋଡ଼ିଛନ୍ତି।
ଇପିଏଫ୍ଓରେ ଯୋଡ଼ିହେଲେ ୧୫ ଲକ୍ଷ ନୂଆ ସଦସ୍ୟ
/sambad/media/post_attachments/wp-content/uploads/2020/11/epfo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)