୧.୯୮ ଲକ୍ଷ କୋଟିର ଅତିରିକ୍ତ ଖର୍ଚଦାବି

କୃଷି ପାଇଁ ୧୯,୪୮୧ କୋଟି

ନୂଆଦିଲ୍ଲୀ: ମାର୍ଚରେ ଶେଷ ହେଉଥିବା ଚଳିତ ଆର୍ଥିକ ବର୍ଷ (୨୦୧୮-୧୯) ପାଇଁ କେନ୍ଦ୍ର ସରକାର ୧,୯୮,୮୩୧ କୋଟି ଟଙ୍କାର ଅତିରିକ୍ତ ଖର୍ଚ ଦାବି ସଂସଦରେ ଉପସ୍ଥାପନ କରିଛନ୍ତି। କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଆଜି ଲୋକସଭ‌ାରେ ଏହି ଖର୍ଚଦାବି ଉପସ୍ଥାପନ କରିଛନ୍ତି। ମୋଟ ଅତିରିକ୍ତ ଖର୍ଚ ମଧ୍ୟରୁ ୧,୪୭,୩୯୬.୮୭ କୋଟି ଟଙ୍କା ବିଭିନ୍ନ ମନ୍ତ୍ରଣାଳୟ ସଞ୍ଚୟ ଓ ଅଧିକ ଅର୍ଥ ଆଦାୟ ଜରିଆରେ ହାସଲ କରିବେ। ବଳକା ୫୧,୪୩୩ କୋଟି ଟଙ୍କା ନଗଦ ଅର୍ଥ ଭାବେ ହାସଲ କରିବାକୁ ହେବ। ସେଥି ମଧ୍ୟରୁ ୧୯,୪୮୧ କୋଟି ଟଙ୍କା କୃଷି ମନ୍ତ୍ରଣାଳୟ, ୪୮୪୦.୭୫ କୋଟି ଟଙ୍କା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ୪୭୦୦ କୋଟି ଟଙ୍କା ଗୃହ ବ୍ୟାପାର ମନ୍ତ୍ରଣାଳୟ, ୧୮୧୮ କୋଟି ଟଙ୍କାର ଆଣବିକ ଶକ୍ତି ନିଗମ, ଖାଦ୍ୟ ଓ ସାଧାରଣ ଯୋଗାଣ ବିଭାଗ ପାଇଁ ୨୮୬୪ କୋଟି ଟଙ୍କା, ଭାରତୀୟ ଖାଦ୍ୟ ନିଗମ ପାଇଁ ୧୦୦୦ କୋଟି ଟଙ୍କା ଓ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପାଇଁ ୧୩୬୪.୧୯ କୋଟି ଟଙ୍କା ମଗା ଯାଇଛି।

ସମ୍ବନ୍ଧିତ ଖବର