ଡିସେମ୍ବର ୧୨ ସୁଦ୍ଧା ଏଲପିଜି ସବସିଡ଼ି ଫେରସ୍ତ କରିଛନ୍ତି ୧ କୋଟି ଉପଭୋକ୍ତା

ନୂଆଦିଲ୍ଲୀ : ଗତ ୧୨ ତାରିଖ ସୁଦ୍ଧା ତାରିଖ ସୁଦ୍ଧା ଦେଶରେ ହୋଇଥିବା “ଗିଭ୍‌ଇଟ୍‌ଅପ୍” (ଫେରସ୍ତ) ଅଭିଯାନରେ ୧ କୋଟି ୩ ହଜାର ଏଲପିଜି ଉପଭୋକ୍ତା ସେମାନଙ୍କର ଏଲପିଜି ସବସିଡ଼ି ଫେରସ୍ତ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କହିଛନ୍ତି । ଦେଶରେ ଘରୋଇ ଏଲପିଜି ଉପଭୋକ୍ତାମାନଙ୍କୁ ପ୍ରଦାନ କରାଯାଉଥିବା ସବସିଡ଼ି ହାରକୁ ସଂଶୋଧନ କରିବା କିମ୍ବା ଯୁକ୍ତସଂଗତ କରିବାକୁ ବଦଳାଯିବା ସକାଶେ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ।

ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଉଥିବା ଘରୋଇ ଏଲପିଜିର ମୂଲ୍ୟକୁ ସରକାର ଯୁକ୍ତିସଂଗତ ଭାବେ ନିୟନ୍ତ୍ରଣ କରିଥାନ୍ତି । ଆନ୍ତର୍ଜାତିକ ବଜାରରେ ଏଲପିଜିର ମୂଲ୍ୟ ଆଧାରରେ ଘରୋଇ ଏଲପିଜିର ମୂଲ୍ୟରେ ପ୍ରତି ମାସରେ ସଂଶୋଧନ କରାଯାଇଥାଏ ଏବଂ ସେହି ଭଳି ଭାବେ ପହଲ୍ ଯୋଜନା ଅଧୀନରେ ମାସିକ ଏଲପିଜି ସବସିଡ଼ିରେ ମଧ୍ୟ ପରିବର୍ତ୍ତନ ଘଟାଯାଇଥାଏ । ପିଏମୟୁୱାଇ ହିତାଧିକାରୀମାନେ ପହଲ ଯୋଜନା ମାଧ୍ୟମରେ ସବସିଡ଼ି ପାଇବାକୁ ଯୋଗ୍ୟ । ଯେଉଁଠାରେ ସବସିଡ଼ି ପ୍ରଦାନ ପାଇଁ ହିତାଧିକାରୀମାନେ ଯୋଗ୍ୟ ସେମାନଙ୍କୁ ନନ- ସବସିଡ଼ି ଯୁକ୍ତ ମୂଲ୍ୟରେ ରିଫିଲ୍ କିଣିବା ପରେ ଏହି ସବସିଡ଼ି ସେମାନଙ୍କର ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଫେରସ୍ତ କରି ଦିଆଯାଇଥାଏ ।

ସମ୍ବନ୍ଧିତ ଖବର