ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ସର୍ବକାଳୀନ ନିମ୍ନ ସ୍ତରରେ ଆଜି ଟଙ୍କା ବନ୍ଦ ହୋଇଛି। ଆଜି ୧ ଡଲାରର ବିନିମୟ ମୂଲ୍ୟ ୬୯ ଟଙ୍କା ୫ ପଇସା ଭଳି ନିମ୍ନ ସ୍ତରକୁ ଖସିଯାଇଛି। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ସିନେଟ୍ରେ ଗତକାଲି ରଖିଥିବା ବିବୃତି ଏବଂ ଆସନ୍ତାକାଲି ଏନ୍ଡିଏ ସରକାରଙ୍କ ବିରୋଧରେ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବର ଆଲୋଚନା ଯୋଗୁଁ ଟଙ୍କା ଦୁର୍ବଳ ହୋଇ ପଡ଼ିଥିବା କୁହାଯାଉଛି। ଦିନର କାରବାର ମଝିରେ ଟଙ୍କା ମୂଲ୍ୟ ୬୯ ଟଙ୍କା ୭ ପଇସା ସ୍ତରକୁ ଖସି ଯାଇଥିଲା। ପୂର୍ବଦିନ ତୁଳନାରେ ଆଜି ଟଙ୍କା ମୂଲ୍ୟ ୪୩ ପଇସା ତଳକୁ ଖସିଯାଇଛି। ମେ ୨୯ ତାରିଖଠାରୁ ଟଙ୍କା ମୂଲ୍ୟରେ ଏତେ ବଡ଼ ହ୍ରାସ କେବେ ହୋଇ ନଥିଲା। ମେ ୨୮ ତାରିଖ ଦିନ ୧ ଡଲାର ମୂଲ୍ୟ ୬୯ ଟଙ୍କା ୧୦ ପଇସା ସ୍ତରକୁ କାରବାର ମଝିରେ ଖସି ଯାଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ କିଛିଟା ସୁଧାର ଆସିଥିଲା।
୧ ଡଲାର ମୂଲ୍ୟ ୬୯ ଟଙ୍କା ୫ ପଇସା
/sambad/media/post_attachments/wp-content/uploads/2018/02/INDIAN-RUPEE-SYMBOL.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)