ନକଲି ଉତ୍ପାଦ ପାଇଁ ବର୍ଷକୁ ଲକ୍ଷେ କୋଟି କ୍ଷତି

ନୂଆଦିଲ୍ଲୀ: ନକଲି ଉତ୍ପାଦ ଲାଗି ପ୍ରତିବର୍ଷ ଦେଶ ଲକ୍ଷେ କୋଟିରୁ ଅଧିକ ଟଙ୍କାର ରାଜସ୍ବ ହରାଉଛି। ଏଏସ୍‌ପିଏ ନାମକ ସଂଘ ପକ୍ଷରୁ ଏହି ଆକଳନ କରାଯାଇଛି। ପ୍ରାୟ ସବୁ ପ୍ରକାର ଶିଳ୍ପରେ ନକଲି ସାମଗ୍ରୀ ରହିଥିଲେ ମଧ୍ୟ ଔଷଧ ଶିଳ୍ପରେ ଏହା ବହୁ ମାତ୍ରାରେ ରହିିଛି। ନକଲି ଉତ୍ପାଦ କାରବାର ଯୋଗୁ ସରକାର ଓ କଂପାନି ରାଜସ୍ବ ହରାଉଥିବା ବେଳେ ସଂଗଠିତ ଅପରାଧୀମାନେ ଲାଭବାନ ହେଉଛନ୍ତି। ନକଲି ଉତ୍ପାଦ ନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର