ମୁମ୍ବାଇ: ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟରେ ଆଜି ବଡ଼ ଧରଣର ହ୍ରାସ ଘଟିବାରୁ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଗୋଟିଏ ଦିନରେ ୫୧,୧୦୦ କୋଟି ଟଙ୍କା ହରାଇଛନ୍ତି। ତାଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ଗୋଟିଏ ଦିନେର ଏକ ଲକ୍ଷ କୋଟି ଟଙ୍କା ହରାଇଛି। ଫୋର୍ବସ୍ ବିଶ୍ବ ଧନୀ ତାଲିକାରେ ମୁକେଶ ଆଜି ତିନି ପାହାଚ ତଳକୁ ଖସିଆସିଛନ୍ତି। ଗତ ଶୁକ୍ରବାର ପର୍ଯ୍ୟନ୍ତ ମୁକେଶ ଥିଲେ ବିଶ୍ବର ଷଷ୍ଠ ବଡ଼ ଧନୀ। ଆଜି ସେୟାର ବଜାର ବନ୍ଦ ହେବା ବେଳକୁ ସେ ଏହି ତାଲିକାର ନବମ ସ୍ଥାନକୁ ଖସିଆସିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିଟ୍ ଲାଭ ୧୫ ପ୍ରତିଶତ ହ୍ରାସ ପାଇଥିବାରୁ ନିରାଶ ହୋଇ ନିବେଶକମାନେ ଆଜି କଂପାନିର ସେୟାର ବିକ୍ରି କରିଥିଲେ। ଫଳରେ ସେୟାର ପିଛା ଦାମ୍ ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କାରେ ପହଞ୍ଚିଯାଇଛି। ଗତ ସେପ୍ଟେମ୍ବର ୧୬ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ପିଛା ଦାମ୍ ୨୩୬୮ ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଲାଭ ହ୍ରାସ ପାଇବା ହେଉଛି କଂପାନି ସେୟାର ମୂଲ୍ୟରେ ଘଟିଥିବା ହ୍ରାସର ପ୍ରମୁଖ କାରଣ।
ଦିନକରେ ଲକ୍ଷେ କୋଟି କ୍ଷତି, ଧନୀ ତାଲିକାରେ ତିନି ପାହାଚ ତଳକୁ ଖସିଲେ ମୁକେଶ
/sambad/media/post_attachments/wp-content/uploads/2020/04/Mukesh_Ambani-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)