ଗ୍ରାହକଙ୍କ ଦ୍ବନ୍ଦ୍ବ ଦୂର କଲେ ୧୦ ବ୍ୟାଙ୍କ, ୩ ମାସ ଇଏମ୍‌ଆଇ ମହଲତ ମିଳିଲା

ନୂଆଦିଲ୍ଲୀ: କରୋନା ପରିପ୍ରେକ୍ଷୀରେ ଗ୍ରାହକଙ୍କଠାରୁ ଋଣ କିସ୍ତି ଆଦାୟରେ ୩ ମାସର ମହଲତ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଏ ନେଇ ବ୍ୟାଙ୍କ ଗୁଡ଼ିକ କିଛି ନିର୍ଦ୍ଦେଶନାମା ଜାରି କରି ନଥିବାରୁ ଗ୍ରାହକମାନେ ଦ୍ବନ୍ଦ୍ବରେ ଥିଲେ। କିନ୍ତୁ ଆଜି ୧୦ଟି ସରକାରୀ ବ୍ୟାଙ୍କ ଋଣ କିସ୍ତି ଆଦାୟକୁ ସ୍ଥଗିତ ରଖିବେ ବୋଲି କହିଛନ୍ତି। ସେହି ବ୍ୟାଙ୍କ ଗୁଡ଼ିକ ହେଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ‌ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, କାନାରା ବ୍ୟାଙ୍କ, ସିଣ୍ଡିକେଟ୍ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ। ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସର କିସ୍ତି ଆଦାୟ ନକରିବା ପାଇଁ ବ୍ୟାଙ୍କ ଗୁଡ଼ିକ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ମାର୍ଚ୍ଚ ୧ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କିସ୍ତି ଆଦାୟ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର