ନୂଆଦିଲ୍ଲୀ: ରେକିଟ୍ ବେଙ୍କିଜର୍ର ପୂର୍ବତନ ସିଇଓ ରାକେଶ କପୁର ବିଟ୍ସ ପିଲାନିକୁ ୧.୨ ନିୟୁତ ଡଲାର ବା ପ୍ରାୟ ୧୦ କୋଟି ଟଙ୍କା ଦାନ କରିଛନ୍ତି। ବିଟ୍ସ ପିଲାନିକୁ ଏତେ ପରିମାଣର ଦାନ ପୂର୍ବରୁ କେହି ଦେଇ ନଥିଲେ। ରାକେଶ ଏହି ପ୍ରତିଷ୍ଠାନର ଜଣେ ପୂରାତନ ଛାତ୍ର। ଶିକ୍ଷାନୁଷ୍ଠାନରେ ଇନୋଭେସନ ସେଣ୍ଟର ସ୍ଥାପନ ଲାଗି ସେ ଏହି ପାଣ୍ଠି ପ୍ରଦାନ କରିଛନ୍ତି। ଏହାର ନାମ କପୁର ସେଣ୍ଟର ଅଫ୍ ଇନୋଭେସନ ରହିବ। ରାକେଶ ଏହି ପ୍ରତିଷ୍ଠାନରେ ୧୯୭୫ରୁ ୧୯୮୦ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ। ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ସେ ରେକିଟ୍ ବେଙ୍କିଜର୍ର ଗ୍ଲୋବାଲ ସିଇଓ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp