ନୂଆଦିଲ୍ଲୀ: ବିବାହ, ବ୍ରତଘର, ଦୀପାବଳି, ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ଜନ୍ମଦିନ ଆଦି କାର୍ଯ୍ୟକ୍ରମରେ ସୁନା କିଣାଯାଇଥାଏ। ତେବେ ଏହି ସୁନାଦର ପୂର୍ବ ଅପେକ୍ଷା ବର୍ତ୍ତମାନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସୁନାର ଦରର ଏକ ରସିଦ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ୧୧.୬୬ଗ୍ରାମର ସୁନା ମାତ୍ର ୧୧୩ଟଙ୍କାରେ ମିଳୁଥିବା ଉଲ୍ଲେଖ ରହିଛି।
ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଭାଇରାଲ ବିଲ୍ ୧୯୫୯ ମସିହା। ସେହିସମୟରେ ୧୧.୬୬ ଗ୍ରାମ ସୁନା ମୂଲ୍ୟ ମାତ୍ର ୧୧୩ଟଙ୍କାରେ ମିଳୁଥିବା ବେଳେ ବର୍ତ୍ତମାନ ଉକ୍ତ ପରିମାଣର ସୁନା ମୂଲ୍ୟ ୭୦ ରୁ ୭୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଜିନ୍ଦେଗୀ ଗୁଲଜାର ହୈ ନାମକ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ହୋଇଥିବା ସୁନା ଦରର ରସିଦ ଦେଖି ଲୋକେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ସମୟ ଗଢ଼ି ଚାଲିଛି। ସେ ଅନୁଯାୟୀ ଜିନିଷପତ୍ର ବି ମହଙ୍ଗା ହେଉଛି। ପୂର୍ବରୁ ଲୋକଙ୍କ ଦରମା କମ ଥିଲା। ସେଇ ଅନୁଯାୟୀ ଜିନିଷପତ୍ରର ଦର ଥିଲା। ପୂର୍ବ ଅପେକ୍ଷା ଲୋକଙ୍କ ଦରମା ବୃଦ୍ଧି ପାଇଛି। ତେଣୁ ଜିନିଷପତ୍ର ବି ମହଙ୍ଗା ହେବାରେ ଲାଗିଛି। ତେଣୁ ବର୍ତ୍ତମାନ ସମୟର ଦରକୁ ପୂର୍ବ ସମୟର ଦର ସହିତ ତୁଳନା କଲେ ଆଶ୍ଚର୍ଯ୍ୟ ଲାଗିଥାଏ।’
View this post on Instagram