ଭୁବନେଶ୍ବର: କରୋନାର ମୁକାବିଲା କରିବା ଲାଗି ଜାଗୁଆର୍ ଲ୍ୟାଣ୍ଡରୋଭର(ଏମ୍ପ୍ରେଓ ପ୍ରେଷ୍ଟିଜ୍) ଓ ମୋରିସ୍ ଗ୍ୟାରେଜ୍ (ଏମ୍ପ୍ରେଓ ପ୍ରେଷ୍ଟିଜ୍)ର ସ୍ବତନ୍ତ୍ର ଡିଲର୍ ଏମ୍ପ୍ରେଓ ଗ୍ରୁପ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏମ୍ପ୍ରେ୍ଓ ଗ୍ରୁପ୍ର ପରିଚାଳନା ନିର୍ଦେଶକ ଡକ୍ଟର ଅବିନାଶ ସାମଲ ଓ ନିର୍ଦେଶକ ଗଙ୍ଗାଧର ସାମଲ ନିଜକୁ କରୋନା ବିରୋଧୀ ଲଢ଼େଇରେ ପ୍ରତ୍ୟକ୍ଷ ଭାବେ ସାମିଲ କରିଛନ୍ତି। ଏହି ଭୂତାଣୁ ଠାରୁ ସୁରକ୍ଷିତ ରହିବା ଲାଗି ଗ୍ରୁପ୍ ତରଫରୁ କଂପାନିର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ମୌଳିକ ସୁବିଧା ପ୍ରଦାନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଜରିଆରେ ଏହା ସାହାଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରୁଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏମ୍ପ୍ରେଓ ଗ୍ରୁପ୍ ଦେଲା ୧୦ ଲକ୍ଷ ଟଙ୍କା
/sambad/media/post_attachments/wp-content/uploads/2020/03/chief-minister-relief-fund.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)