ଆଇସିଏଲ୍‌ ଫିନ୍‌କର୍ପର ୧୦ ନୂଆ ଶାଖା

ଭୁବନେଶ୍ବର: ଦକ୍ଷିଣ ଭାରତର ପ୍ରମୁଖ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଆଇସିଏଲ୍ ଫିନ୍‌କର୍ପ ପକ୍ଷରୁ ରାଜ୍ୟରେ ୧୦ଟି ନୂଆ ଶାଖା ଖୋଲାଯାଇଛି। ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ସାମନ୍ତରାପୁର, ରସୁଲଗଡ଼ ଓ ଖଣ୍ଡଗିରି; ପୁରୀର ବାଲିଘାଟ, ଅଠରନଳା ଓ ଗ୍ରାଣ୍ଡ୍‌ରୋଡ୍ ଏବଂ କଟକର ନୟାବଜାର, ଜଗତପୁର ଓ ଫୁଲନଖରାରେ ନୂଆ ଶାଖାଗୁଡ଼ିକୁ ଖୋଲାଯାଇଛି। କଂପାନି ପକ୍ଷରୁ ଗ୍ରାହକଙ୍କ ପାଇଁ ଲକି ଡ୍ର’ଘୋଷଣା କରାଯାଇଛି। ଯେଉଁମାନେ ନୂଆ ଶାଖାରୁ ସୁନା ଋଣ ନେବେ ସେମାନଙ୍କୁ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ମିଳିବ। ୨୦୨୨ ଜାନୁଆରି ପହିଲାରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଏହି ସୂଚନା ପ୍ରଦାନ କରିବା ଲାଗି ଆଜି ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କଂପାନିର ସିଏମ୍‌ଡି କେ ଜି ଅନିଲକୁମାର, ନିର୍ଦେଶକ ଶ୍ରୀଜିତ ଏସ୍‌ ପିଲାଇ, ଏଜିଏମ୍ ଟି ଜି ବାବୁ ଓ ମାନବ ସମ୍ବଳ ପ୍ରବନ୍ଧକ ସାମ୍‌ ଏସ୍‌ ମାଲିୟେକାଲ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର