ହାଇଦ୍ରାବାଦ: ହାଇଦ୍ରାବାଦର ଏକ କୋର୍ଟ ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଦେଇଥିବା ୧୦ଜଣ ବାପାମାଆଙ୍କୁ ଗୋଟିଏ ଦିନ ପାଇଁ ଜେଲଦଣ୍ଡରରେ ଦଣ୍ଡିତ କରିଛନ୍ତି। ମୋଟର ଭେଇକିଲ ଆକ୍ଟ ୧୮୦ ଜରିଆରେ କୋର୍ଟ ନାବାଳକଙ୍କ ବାପାମାଆ ଉପରେ ୫୦୦ଟଙ୍କାର ଜରିମାନା ବି ଲାଗୁ କରିଛନ୍ତି।
/sambad/media/post_attachments/wp-content/uploads/2018/03/download-1-7-300x168.jpg)
ସୂଚନାଯୋଗ୍ୟ, ନାବାଳକ ଓ ନାବାଳିକା ଗାଡ଼ି ଚାଳକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ୧୪ବର୍ଷରୁ କମ୍ବୟସ ପିଲାଙ୍କୁ ଗାଡ଼ି ଚଳାଉଥିବା ସମୟରେ ପୁଲିସ ଧରିବା ପରେ ହାଇଦ୍ରାବାଦର ଏକ କୋର୍ଟ ଗୋଟିଏ ଦିନ ପାଇଁ ସେମାନଙ୍କୁ ଜୁଭେନାଇଲ ହୋମ୍କୁ ପଠାଇ ଦେଇଛି। ଏହି ସମସ୍ତ ମାମଲାରେ ଗାଡ଼ିକୁ ଜବତ ମଧ୍ୟ କରାଯାଇଛି। ଗତବର୍ଷ ୧୩୦ଟି ଦୁର୍ଘଟଣା ମଧ୍ୟରୁ କିଶୋର ଗାଡ଼ି ଚାଳକଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
/sambad/media/post_attachments/wp-content/uploads/2018/03/cops-kids-arrest-2-750x430-260x300.jpg)
ହାଇଦ୍ରାବାଦ ପୁଲିସ ନାବାଳକଙ୍କ ଗାଡି ଚାଳନା ହେତୁ ହେଉଥିବା ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ଅଭିଯାନ ଚଳାଇଛନ୍ତି। ଏହା ଅଭିଯାନ ଜରିଆରେ ନାବାଳକ/ନାବାଳିକା ଯଦି ବାଇକ୍ କିମ୍ବା ଅନ୍ୟ ମୋଟରସାଇକେଲ ଚଳାଇବା ସମୟରେ ଧରାପଡ଼ନ୍ତି ତେବେ ସେମାନଙ୍କର ଅଭିଭାବକମାନଙ୍କୁ ଗୋଟିଏ ଦିନ ପାଇଁ ଜେଲଦଣ୍ଡରେ ଦଣ୍ଡିତ କରାଯିବା ସହିତ ଚାଳକଙ୍କୁ ଜୁଭେନାଇଲ ହୋମକୁ ପଠାଇ ଦିଆଯିବ। କେବଳ ଏତିକି ନୁହେଁ ସଡ଼କ ନିୟମ ଉଲଘଂନ୍ନ ଓ ମଦପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ବି ଅଭିଯାନ ଆରମ୍ଭ କରାଯାଇଛି।
ହାଇଦ୍ରାବାଦ ପୁଲିସର କହିବାନୁସାରେ, ଥରେ ଭୁଲ କରିବା ଦ୍ୱାରା ପୁଲିସ ପିଲାଙ୍କୁ ବୁଝାଇବାକୁ ଚେଷ୍ଟା କରିବ। ଯଦି ସେ ପୁର୍ନବାର ସେଭଳି ଭୁଲ କରନ୍ତି ତେବେ ସେହି ପିଲାକୁ ଜୁଭେନାଇଲ ହୋମ୍କୁ ପଠାଇ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/cops-kids-arrest-1.jpg)