୧୦ ବର୍ଷ ଚ୍ୟାଲେଞ୍ଜ୍‌କୁ ନେଇ ମୁହଁ ଖୋଲିଲା ଫେସ୍‌ବୁକ୍‌, କମ୍ପାନି ପକ୍ଷରୁ ମିଳିଲା ଏହି ସୂଚନା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଛି ‘୧୦ ବର୍ଷ ଚ୍ୟାଲେଞ୍ଜ’ ନାମରେ ମେମେ। ଏହି ମେମେ ଜରିଆରେ ୧୦ ବର୍ଷ ତଳର ଓ ଏବେର ତୁଳନା କରାଯାଉଛି। ତାହା କୌଣସି ବ୍ୟକ୍ତି ବିଶେଷ ହୋଇପାରନ୍ତି କିମ୍ବା ସାମଗ୍ରୀ ବି ହୋଇପାରେ। ଫେସ୍‌ବୁକ୍‌ ବ୍ୟବହାକାରୀମାନେ ନିଜର ୧୦ ବର୍ଷ ତଳର ଫଟୋ ସହ ଏବେକାର ଏକ ଫଟୋ ଯୋଡ଼ି ମଧ୍ୟ ଚ୍ୟାଲେଞ୍ଜ୍‌ ପୂରା କରୁଛନ୍ତି। କେବଳ ଫେସ୍‌ବୁକ୍‌ ନୁହେଁ, ଇନ୍‌ଷ୍ଟାଗ୍ରାମ୍‌ରେ ବି ଏପରି ଚ୍ୟାଲେଞ୍ଜ ଦେଖିବାକୁ ମିଳୁଛି। ତେବେ, ଏହି ଟ୍ରେଣ୍ଡ୍‌ ଫେସ୍‌ବୁକର ଏକ ଚାଲାକି ବୋଲି କେହି କେହି କହୁଥିବାର ଦେଖିବାକୁ ମିଳିଥିଲା। କଥା ଉଠିଥିଲା ଯେ ଫେସ୍‌ବୁକ୍‌ ପକ୍ଷରୁ ବ୍ୟବହାରକାରୀଙ୍କ ବୟସ ସମ୍ବନ୍ଧିତ ତଥ୍ୟା ପାଇଁ ଏହି ଟ୍ରେଣ୍ଡ୍‌ ଆରମ୍ଭ କରାଯାଇଛି।

ଏ ସଂପର୍କରେ ଏବେ ଫେସ୍‌ବୁକ୍‌ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି। ଏହା କମ୍ପାନି ନାମରେ ଉଠିଥିବା ଏକ ମିଥ୍ୟା ଅଭିଯୋଗ ବୋଲି କମ୍ପାନି ସଫେଇ ଦେଇଛି। ଏହି ଟ୍ରେଣ୍ଡ୍‌ ଫେସ୍‌ବୁକ୍‌ ନୁହେଁ, ବରଂ ବ୍ୟବହାରକାରୀ ନିଜେ ବାହାର କରିଛନ୍ତି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏପରି କରି ଲୋକ ମଜ୍ଜା ପାଉଛନ୍ତି ବୋଲି ସେମାନେ ଏପରି କରୁଛନ୍ତି। ଏହା ଆଦୌ କମ୍ପାନି ବାହର କରିନାହିଁ ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର