ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମ୍‌ସି ଦେଲା ୧୦୦ କୋଟି

ଭୁବନେଶ୍ବର: ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବାବଦ ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ଭି କେ ପାଣ୍ଠିଆନ୍, ଓଏମ୍‌ସି ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂହ, ପରିଚାଳନା ନିର୍ଦେଶକ ବଲୱନ୍ତ ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ଓ ନିଃସହାୟ ‌ଲୋକଙ୍କୁ ପରିବାର ସଦସ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ଲାଗି ଆର୍ଥିକ ସହାୟତା ଦିଆଯାଉଛି। ମହାପ୍ରୟାଣ ଯୋଜନାରେ ମୃତଦେହକୁ ମୃତକଙ୍କ ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ସହୟତା ଦିଆଯାଉଛି।

ସମ୍ବନ୍ଧିତ ଖବର