ନୂଆଦିଲ୍ଲୀ: କୃଷି କ୍ଷେତ୍ରର ଷ୍ଟାର୍ଟଅପ୍ ଓ ଗ୍ରାମୀଣ କୃଷି ଉଦ୍ୟୋଗୀଙ୍କୁ ସାହାଯ୍ୟ କରିବା ଲାଗି ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ୧୦୦ କୋଟି ଟଙ୍କାର ପାଣ୍ଠି ଗଠନ କରିବ। ଏବିଷୟରେ ନାବାର୍ଡ ଅଧ୍ୟକ୍ଷ ସାଜି କେ ଭି ସୂଚନା ଦେଇଛନ୍ତି।ପାଣ୍ଠି ଅଭାବ ଯୋଗୁଁ ଆଗକୁ ବଢ଼ିବା ଲାଗି ସଂଘର୍ଷ କରୁଥିବା କୃଷି କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକୁ ଏହି ପାଣ୍ଠିରୁ ଟଙ୍କା ପ୍ରଦାନ କରାଯିବ। ଶ୍ରୀ ସାଜି କହିଛନ୍ତି ଯେ କୃଷି ଉତ୍ପାଦନ ଲାଗି ୨୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଉଛି। ତାହା ପ୍ରକୃତରେ ଉତ୍ପାଦନରେ ବ୍ୟବହାର ହେଉଛି ନା ନାହିଁ କହିବା କଷ୍ଟକର। ସେହିପରି ଆଉ ୨୨ ଲକ୍ଷ କୋଟି ଟଙ୍କା ନିବେଶ ଋଣ ଭାବେ ଦିଆଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp