ନୂଆଦିଲ୍ଲୀ : ସରକାରୀ ତେଲ ଏବଂ ଗ୍ୟାସ କମ୍ପାନିରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ)କୁ କେନ୍ଦ୍ର ସରକାର ଆଜି ଅନୁମତି ଦେଇଛନ୍ତି। ସରକାରଙ୍କ ଦ୍ବାରା ଷ୍ଟ୍ରାଟେଜିକ୍ ପୁଞ୍ଜି ପ୍ରତ୍ୟାହାର ପାଇଁ ଅନୁମତି ହାସଲ କରିଥିବା କମ୍ପାନି ଗୁଡ଼ିକରେ ବିଦେଶୀ କମ୍ପାନିଙ୍କୁ ନିବେଶ କରିବାର ସୁବିଧା ମିଳିବ। ଡିପିଆଇଆଇଟି ପକ୍ଷରୁ ଏଫଡିଆଇ ନୀତିରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ଏକ ନୂଆ ଧାରା ଯୋଡ଼ାଯାଇଛି। ଉକ୍ତ ନିଷ୍ପତ୍ତି ଦ୍ବାରା ଦେଶର ଦ୍ବିତୀୟ ବୃହତ୍ ତୈଳ ବିଶୋଧନ କମ୍ପାନି ବିପିସିଏଲର ଘରୋଇକରଣ ସହଜ ହେବ। ସରକାର ବିପିସିଏଲର ସଂପୂର୍ଣ୍ଣ ୫୨.୯୮ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ବିପିସିଏଲରେ ଥିବା ସରକାରଙ୍କ ସଂପୂର୍ଣ୍ଣ ଅଂଶଧନ କିଣିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ୩ଟି କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କ ଭିତରେ ଦୁଇଟି ବିଦେଶୀ କମ୍ପାନି ରହିଛନ୍ତି। ତେବେ ସରକାରୀ କମ୍ପାନି ପ୍ରୋତ୍ସାହନରେ ସ୍ଥାପିତ ତୈଳ ବିଶୋଧନଗୁଡ଼ିକରେ ଏଫ୍ଡିଆଇ ସୀମା ୨୦୦୮ରେ ୪୯ ପ୍ରତିଶତରେ ରଖାଯାଇଥିଲା। ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ସରକାରୀ ତେଲ କମ୍ପାନିରେ ୧୦୦% ଏଫ୍ଡିଆଇ ଅନୁମତି
/sambad/media/post_attachments/wp-content/uploads/2021/07/op.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)