୧୦୦୦ ଏଟିଏମ୍ ବନ୍ଦ ! ସରକାରୀ ବ୍ୟାଙ୍କ ଏଟିଏମ୍ ସଂଖ୍ୟା କମିବା ବେଳେ ଘରୋଇ ଏଟିଏମ୍ ସଂଖ୍ୟା ବଢ଼ିଛି

ଭୁବନେଶ୍ବର: ଗତ ଆର୍ଥିକ ବର୍ଷ ଦେଶରେ ହଜାରେ ଏଟିଏମ୍ ବନ୍ଦ ହୋଇଯାଇଛି। ସରକାରୀ ବ୍ୟାଙ୍କ ଗୁଡ଼ିକର ଶାଖା ଏକତ୍ରୀକରଣ ଓ ସ୍ଥାନାନ୍ତର ଆଦି କାରଣରୁ ଏଭଳି ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶରେ ମୋଟ ୨ ଲକ୍ଷ ୮ ହଜାର ଏଟିଏମ ଥିବାବେଳେ ୨୦୧୭-୧୮ରେ ଏହା ୨ ଲକ୍ଷ ୭ ହଜାରକୁ ହ୍ରାସ ପାଇଛି। ବ୍ୟାଙ୍କ ଶାଖା ପରିସରରେ ଥିବା ଏଟିଏମ୍ ସଂଖ୍ୟା ୧ ଲକ୍ଷ ୯ ହଜାରରୁ ୧ ଲକ୍ଷ ୬ ହଜାରକୁ ହ୍ରାସ ପାଇଛି। କିନ୍ତୁ ବ୍ୟାଙ୍କଠାରୁ ଦୂରରେ ଥିବା ଏଟିଏମ୍ ସଂଖ୍ୟା ୯୮,୫୪୫ରୁ ୧ ଲକ୍ଷକୁ ବୃଦ୍ଧି ପାଇଛି। ତେବେ ବର୍ଷକ ମଧ୍ୟରେ ସରକାରୀ ବ୍ୟାଙ୍କ ଗୁଡ଼ିକର ଏଟିଏମ୍ ସଂଖ୍ୟା ୩ ହଜାର ହ୍ରାସ ପାଇଛି।

oneindia.com

୨୦୧୬-୧୭ରେ ସରକାରୀ ବ୍ୟାଙ୍କ ଗୁଡ଼ିକର ଏଟିଏମ୍ ସଂଖ୍ୟା ୧ ଲକ୍ଷ ୪୮ ହଜାର ଥିବାବେଳେ ୨୦୧୭-୧୮ରେ ଏହା ୧ ଲକ୍ଷ ୪୫ ହଜାରକୁ କମିଯାଇଛି। ଅନ୍ୟପକ୍ଷରେ ଘରୋଇ ବ୍ୟାଙ୍କ ଗୁଡ଼ିକର ଏଟିଏମ୍ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬-୧୭ରେ ଘରୋଇ ବ୍ୟାଙ୍କ ଗୁଡ଼ିକର ଏଟିଏମ୍ ସଂଖ୍ୟା ୫୮,୮୩୩ ଥିବାବେଳେ ୨୦୧୭-୧୮ରେ ଏହା ୬୦,୧୪୫କୁ ବୃଦ୍ଧି ପାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବ୍ୟାଙ୍କିଂ କ୍ଷେତ୍ରର ଅଗ୍ରଗତି ଓ ପ୍ରଗତି -୨୦୧୭-୧୮ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଓ ପେମେଣ୍ଟ୍ ବ୍ୟାଙ୍କକୁ ବାଦ୍ ଦେଲେ ୨୦୧୮ର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଦେଶରେ ଏଟିଏମ ସଂଖ୍ୟା ୨ ଲକ୍ଷ ୪ ହଜାରକୁ ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର