ମୁମ୍ବାଇ: ଷ୍ଟକ ବଜାରରେ କଂପାନିର ଏକ ହଜାର କୋଟି ଟଙ୍କା ବୁଡ଼ିଯିବା ପରେ ଏକ ଅଣ୍ଡର୍ଗାର୍ମେଣ୍ଟ୍ କଂପାନିର ଏମ୍ଡି ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାମ ହେଉଛି ହର୍ଷଦ ଠକର୍। ଯେଉଁ କଂପାନିକୁ ବହୁ ପରିଶ୍ରମ କରି ସେ ଗଠନ କରିଥିେଲ ସେହି କଂପାନିର ଦୁର୍ଦ୍ଦିନକୁ ହୁଏତ ସେ ସହ୍ୟ କରିପାରୁନାହାନ୍ତି ବୋଲି ତାଙ୍କ ପରିବାର ଲୋକ କହୁଛନ୍ତି। ହର୍ଷଦ ୨୦ ଦିନ ହେଲାଣି ନିଖୋଜ ଅଛନ୍ତି। ତାଙ୍କର କୌଣସି ଖୋଜଖବର ମିଳୁନାହିଁ। ତାଙ୍କ ପରିବାରବର୍ଗ ପକ୍ଷରୁ ଥାନାରେ ନିଖୋଜ ମାମଲା ଦାୟର କରାଯାଇଛି। ହର୍ଷଦ ୧୯୯୩ରେ ମୁମ୍ବାଇ ଆସିଥିଲେ ଓ ନିଜ ସମ୍ପର୍କୀୟଙ୍କ ଏକ ଲଞ୍ଜରି ଷ୍ଟୋର୍ରେ କାମ କରିଥିଲେ। ସେଠାରେ ତିନି ବର୍ଷ କାମ କରିବା ପରେ ଆଉ ଏକ ମହିଳା ପୋଷାକ ଷ୍ଟୋର୍ରେ କିଛି ଦିନ କାମ କରିଥିଲେ। ଏହା ପରେ ୧୯୯୯ରେ ଆଶାପୁରା ଆପାରେଲ୍ ନାମରେ ନିଜ କଂପାନି ଆରମ୍ଭ କରି ଅଣ୍ଡର୍ଗାର୍ମେଣ୍ଟ୍ ବ୍ୟବସାୟରେ ପ୍ରବେଶ କରିଥିଲେ। ଭାଲେଣ୍ଟାଇନ୍ ଓ ଟ୍ରିସି ବ୍ରାଣ୍ଡ୍ ନାମରେ ତାଙ୍କ କଂପାନି ଅଣ୍ଡର୍ଗାର୍ମେଣ୍ଟ୍ ବିକ୍ରି କରୁଛି। ୨୦୧୩ରେ ହର୍ଷଦ ନିଜ କଂପାନିକୁ ବମ୍ବେ ଷ୍ଟକ ବଜାରରେ ପଞ୍ଜୀକୃତ କରିଥିଲେ। କିଛି ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲିଥିଲା। କିନ୍ତୁ ବିଗତ ଛଅ ମାସ ହେଲାଣି ଷ୍ଟକ ବଜାରରେ ତାଙ୍କ କଂପାନିର ସେୟାର ମୂଲ୍ୟ ନିରନ୍ତର ଭାବେ ହ୍ରାସ ପାଉଥିଲା। ଏହାର ପ୍ରଭାବରେ ତାଙ୍କ କଂପାନିର ବଜାର ପୁଞ୍ଜି ପରିମାଣ ଏକ ହଜାର କୋଟି ଟଙ୍କା କମିଯାଇଥିଲା। ଏହା ତାଙ୍କ ନିଖୋଜ ହେବା ପଛର ବଡ଼ କାରଣ ବୋଲି କୁହାଯାଉଛି। କାରଣ ପୁଲିସ ତଦନ୍ତ କରିବା ବେଳେ ହର୍ଷଦ ଲେଖିଥିବା ଏକ ଚିଠିକୁ ଜବତ କରିଛି ଯେଉଁଥିରେ ସେ କଂପାନିର ନିବେଶକମାନଙ୍କୁ କ୍ଷତି ପାଇଁ କ୍ଷମା ପ୍ରାର୍ଥନା କହିଛନ୍ତି।
ଷ୍ଟକ ବଜାରରେ ବୁଡ଼ିଗଲା ହଜାରେ କୋଟି
କଂପାନିର ଏମ୍ଡି ନିଖୋଜ
/sambad/media/post_attachments/wp-content/uploads/2018/10/bse-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)