ନୂଆଦିଲ୍ଲୀ: ଆସନ୍ତା ତିନି ବର୍ଷରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କରିଡର୍ ଓ ଖଣି ଅଞ୍ଚଳରେ ୧୦୦୦ ଏଲ୍ଏନ୍ଜି ଷ୍ଟେସନ ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଥମ ୫୦ଟି ଷ୍ଟେସନର ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଏହି ଷ୍ଟେସନଗୁଡ଼ିକୁ ସ୍ବର୍ଣ୍ଣ ଚର୍ତୁଭୂଜ ଓ ପ୍ରମୁଖ ଜାତୀୟ ରାଜପଥ ନିକଟରେ ସ୍ଥାପନ କରାଯିବ। ଇଣ୍ଡିଆନ ଅଏଲ, ଏଚ୍ପିସିଏଲ, ଗେଲ୍ ଇଣ୍ଡିଆ, ପେଟ୍ରୋନେଟ୍ ଏଲ୍ଏନଜି ଓ ଗୁଜୁରାଟ ଗ୍ୟାସ, ଯୌଥ ଉଦ୍ୟୋଗ କମ୍ପାନି ତଥା ସହାୟକ କମ୍ପାନି ଗୁଡ଼ିକ ସହଯୋଗରେ ଏହି ସବୁ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବ। ଏଲ୍ଏନ୍ଜି ଡିଜେଲ ଠାରୁ କେବଳ ୪୦ ପ୍ରତିଶତ ଶସ୍ତା ଇନ୍ଧନ ନୁହେଁ ବରଂ ପ୍ରଦୂଷଣର ମାତ୍ରାକୁ ମଧ୍ୟ କମ୍ କରିଥାଏ। ଏକ ଭାରୀ ଯାନ ଇନ୍ଧନ ଭାବରେ ଏଏଲଜି ନୂତନ ଗ୍ୟାସ୍ ଚାହିଦା ସୃଷ୍ଟି କରିପାରିବ। ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ଅଂଶକୁ ୧୫ ପ୍ରତିଶତକୁ ବୃଦ୍ଧି କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କୁହାଯାଉଛି।
୩ ବର୍ଷରେ ଖୋଲିବ ୧୦୦୦ ଏଲ୍ଏନ୍ଜି ଷ୍ଟେସନ
/sambad/media/post_attachments/wp-content/uploads/2020/11/sfh4sf96h4s6f5h4s65fhsfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)