ନୂଆଦିଲ୍ଲୀ: ନୂଆଦିଲ୍ଲୀ, ଅହମ୍ମଦାବାଦ ଓ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନର ପୁନଃ ବିକାଶରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ରେଳବାଇର ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ଷ୍ଟେସନଗୁଡ଼ିକରେ ଏକ ରୁଫ ପ୍ଲାଜା ସହିତ ଖୁଚୁରା ବ୍ୟବସାୟ, କ୍ୟାଫେଟେରିଆ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ସ୍ଥାନ, ଯଥେଷ୍ଟ ପାର୍କିଂ ସୁବିଧା, ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ସୁବିଧା, ଆଗମନ ଓ ପ୍ରସ୍ଥାନ ପାଇଁ ଅଲଗା ବ୍ୟବସ୍ଥା ରହିବ। କୋଳାହଳ ମୁକ୍ତ ପ୍ଲାଟଫର୍ମ, ସମ୍ପୂର୍ଣ୍ଣ ଛାତ ଆଚ୍ଛାଦିତ ପ୍ଲାଟଫର୍ମ, ସିସିଟିଭି ଏବଂ ଆକ୍ସେସ କଣ୍ଟ୍ରୋଲ ସଂଯୋଗ ଭଳି ବହୁ ବ୍ୟବସ୍ଥା ଓ ସୁବିଧା ସୁଯୋଗ ରହିବ। ମେଟ୍ରୋ, ବସ ଆଦି ଅନ୍ୟ ପରିବହନ ମାଧ୍ୟମ ସହିତ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯିବ।
୩ ଷ୍ଟେସନରେ ୧୦,୦୦୦ କୋଟି ଖର୍ଚ୍ଚ ହେବ
/sambad/media/post_attachments/wp-content/uploads/2022/04/RGD_Railway-Station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)