୧୦୦ତମ ବର୍ଷରେ ‘ବ୍ରିଜ୍ ଆଣ୍ଡ୍‌ ରୁଫ୍‌’

ଭୁବନେଶ୍ବର: କେନ୍ଦ୍ର ଭାରି ଶିଳ୍ପ ବିଭାଗ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ବ୍ରିଜ୍ ଆଣ୍ଡ୍‌ ରୁଫ୍ କାରବାରର ୯୯ ବର୍ଷ ପୂରଣ କରିବା ସହିତ ୧୦୦ତମ ବର୍ଷରେ ପ୍ରବେଶ କରିଛି। ଏହି ଉପଲବ୍ଧିକୁ ପାଳନ କରିବା ପାଇଁ କଂପାନିର ହାୱଡ଼ା ଠାରେ ଥିବା ୱାର୍କସପ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତାହାକୁ କଂପାନିର ସିଏମ୍‌ଡି ଏସ୍‌ ଏସ୍‌ ରାୱତ, ନିର୍ଦେଶକ (ବିତ୍ତ) ଆର୍‌ କେ ମିତ୍ର ଉଦ୍‌ଘାଯନ କରିଛନ୍ତି। ବ୍ରିଜ୍ ଆଣ୍ଡ୍ ରୁଫ୍ ହେଉଛି ଏକ ସରକାରୀ ଇଞ୍ଜିନିୟରିଂ ଆଣ୍ଡ୍‌ କନଷ୍ଟ୍ରକ୍ସନ କଂପାନି।

ସମ୍ବନ୍ଧିତ ଖବର