ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକବର୍ଷ ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୯.୧୯ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇଛି। ଏଥିରୁ ୮.୬୪ କୋଟି ଆୟକର ରିଟର୍ଣ୍ଣର ଇ-ଯାଞ୍ଚ କରାଯାଇଛି। ଗତ ୩ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଜଣାଯାଏ ଯେ ଆୟକର ରିଟର୍ଣ୍ଣ ଦାଖଲ ସଂଖ୍ୟା ବୃଦ୍ଧି ଘଟିଛି। ୨୦୨୨-୨୩ରେ ଏହି ସଂଖ୍ୟା ୭.୭୮ କୋଟି ଥିବାବେଳେ ୨୦୨୩-୨୪ରେ ୮.୫୨ କୋଟିରେ ପହଞ୍ଚିଥିଲା। ୨୦୨୪-୨୫ରେ ଏହା ୯.୧୯ କୋଟିରେ ପହଞ୍ଚିଛି। ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ଉକ୍ତ ସଂଖ୍ୟାରେ ୭ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟଗୁଡ଼ିକ ଅନୁସାରେ ଦେଖିଲେ ମହାରାଷ୍ଟ୍ରରୁ ସର୍ବାଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇଛି। ମହାରାଷ୍ଟ୍ରରେ ଏହି ସଂଖ୍ୟା ୧.୩୯ କୋଟି ରହିଛି।
ଉତ୍ତରପ୍ରଦେଶରେ ୯୧.୩୮ ଲକ୍ଷ, ଗୁଜରାଟରେ ୮୮.୫୮ ଲକ୍ଷ, ରାଜସ୍ଥାନରେ ୫୯.୭୭ ଲକ୍ଷ, ତାମିଲନାଡ଼ୁରେ ୫୭.୨୭ ଲକ୍ଷ, କର୍ଣ୍ଣାଟକରେ ୫୩.୬୨ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହୋଇଛି। ଦେଶରେ ୧ କୋଟିରୁ ଅଧିକ ଆୟ ଥିବା ୩.୨୪ ଲକ୍ଷ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ସେଥିରୁ ୨.୯୭ ଲକ୍ଷ ଲୋକଙ୍କ ଆୟ ୧ କୋଟିରୁ ୫ କୋଟି ମଧ୍ୟରେ ବୋଲି ଜଣାଯାଇଛି। ସେହିଭଳି ୫ କୋଟିରୁ ୧୦ କୋଟି ଟଙ୍କା ଆୟ ଦର୍ଶାଇ ଆୟକର ରିଟର୍ଣ୍ଣ ଦାଖଲ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୬,୭୯୭ ହୋଇଥିବାବେଳେ ୧୦ କୋଟିରୁ ଅଧିକ ଆୟ ଥାଇ ରିଟର୍ଣ୍ଣ ଦାଖଲ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୧୮୪ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2022/02/income-tax-1.jpg)