ନୂଆଦିଲ୍ଲୀ: ଦେଶର ୧୦ଟି ରାଜ୍ୟରେ ୨୮ଟି ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ୧୦୭.୪୨ କୋଟି ଟଙ୍କା ମଞ୍ଜୁର କରିଥିବା ଆଜି କହିଛନ୍ତି। ଏଥିଯୋଗୁଁ ପାଖାପାଖି ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ଅର୍ଥକୁ ମଞ୍ଜୁର କରାଯାଇଛି। ୨୮ଟି ଯାକ ପ୍ରକଳ୍ପର ମୋଟ ପ୍ରକଳ୍ପ ମୂଲ୍ୟ ୩୨୦.୩୩ କୋଟି ଟଙ୍କା ରହିଥିବାବେଳେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୧୦୭.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ମଣିପୁର ଭଳି ୧୦ଟି ରାଜ୍ୟରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ।
୨୮ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ପାଇଁ ୧୦୭ କୋଟି ମଞ୍ଜୁର
/sambad/media/post_attachments/wp-content/uploads/2020/11/food-factory.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)