ଭୁବନେଶ୍ୱର: ଗ୍ରେଟର ନୋଏଡାଠାରେ ଆଜି ଆରମ୍ଭ ହୋଇଥିବା ୧୪ତମ ଅଟୋ ଏକ୍ସପୋ ୨୦୧୮ରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୧୧ଟି ନୂଆ ମଡେଲ୍ ଉନ୍ମୋଚନ କରାଯାଇଛି । ହୋଣ୍ଡା ପକ୍ଷରୁ ଏହାର ୧୬୦ ସିସି ବିଶିଷ୍ଟ ନୂଆ ମୋଟରସାଇକେଲ ଏକ୍ସ-ବ୍ଲେଡ୍କୁ ଉନ୍ମୋଚନ କରାଯାଇଛି। ଏହା ସହିତ ୬ଟି ସ୍ଥାନୀୟ ମଡେଲ୍ ଏବଂ ୪ଟି ଅନ୍ତର୍ଜାତିକ ଫନ୍ ବାଇକ୍ ସମେତ ମୋଟ୧୦ ଟି ୨୦୧୮ଏଡିସନ୍ ମଡେଲ୍କୁ ମଧ୍ୟ ଉନ୍ମୋଚନ କରାଯାଇଛି ।
ହୋଣ୍ଡା ଉନ୍ମୋଚନ କରାଯାଇଥିବା ଥିବା ମଡେଲ୍ଗୁଡ଼ିକ ହେଉଛି ଏକ୍ସ-ବ୍ଲେଡ୍ ବାଇକ୍, ଆକ୍ଟିଭା ୫ଜି ଏବଂ ଲିଭୋ, ସିବି ସାଇନ୍, ସିବି ସାଇନ୍ ଏସ୍ପି, ସିବି ହର୍ନେଟ୍ ୧୬୦ ଆର୍, ସିବିଆର୍ ୨୫୦ଆର୍, ସିବିଆର ୬୫୦ ଏଫ୍. ସିବିଆର୧୦୦୦ଆରଆର, ସିବିଆର ୧୦୦୦ଆରଆର ଏସ୍ପି ଏବଂ ଗୋଲ୍ଡୱିଙ୍ଗ୍ର ୨୦୧୮ ଏଡିସନ୍।
ଗତବର୍ଷ ବିଶ୍ୱର ୧୨୦ ଟି ରାଷ୍ଟ୍ରରେ ୧୯ ନିୟୁତ ଗାଡ଼ି ବିକ୍ରି କରିଥିବା ବିଶ୍ୱର ବୃହତ କଂପାନି ହୋଣ୍ଡାର ଲକ୍ଷ୍ୟ ବିଷୟରେ ଟାକାହିରୋ ହାଚିଗୋ, ସଭାପତି, ସିଇଓ ,ହୋଣ୍ଡା କହିଛନ୍ତି ଯେ, ‘ଭାରତ ହୋଣ୍ଡା ପାଇଁ ସର୍ବବୃହତ ମୋଟରସାଇକେଲ୍ ବଜାର ହୋଇଥିବା ବେଳେ ହୋଣ୍ଡାର ବିଶ୍ୱ ସ୍ତରୀୟ ବିକ୍ରିରେ ଏହା ଏକ ତୃତୀୟାଂଶ ଅବଦାନ ପ୍ରଦାନ କରୁଛି। ବିଶ୍ୱ ସ୍ତରରେ ହୋଣ୍ଡା ଆମର ଭାରତୀୟ ମୋଟର ସାଇକଲ୍ କାରବାର ପାଇଁ ଏହାର ପୂର୍ଣ୍ଣ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି ।
ହୋଣ୍ଡାର ବ୍ରାଣ୍ଡ୍ ଆମ୍ବାସାଡର ତାପସୀ ପନ୍ନୁ ଏବଂ ଅକ୍ଷୟ କୁମାର ମଧ୍ୟ ଏକ୍ସପୋରେ ଅଂଶଗ୍ରହଣ କରିବେ। ହୋଣ୍ଡାର ମୋଟୋ ଜିପି ବିଜେତା ବାଇକ୍ ଆର୍ସି ୨୧୩ ଭି ଏବଂ ଇଲେକ୍ଟିକ୍ ଯାନ ପରିକଳ୍ପନା ପିସିଏକ୍ସ ଇଭିକୁ ମଧ୍ୟ ଏକ୍ସପୋରେ ଉନ୍ମୋଚନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/hondaa.jpg)